ETV Bharat / international

ତାଲିବାନର ପ୍ରଥମ ଛାଟ, ବିଶ୍ବବିଦ୍ୟାଳୟରେ ଏକାଠି ପଢିବେନି ଛାତ୍ରଛାତ୍ରୀ - ତାଲିବାନ ଆତଙ୍କ

ତାଲିବାନ ଜାରି କଲା ପ୍ରଥମ ମହିଳା ବିରୋଧୀ ଆଇନ । ଯେଉଁଥିରେ କୋ-ଏଜୁକେସନକୁ ହଟାଇଛି ତାଲିବାନ । ଅଧିକ ପଢନ୍ତୁ...

ତାଲିବାନ ଜାରି କଲା ପ୍ରଥମ ଆଇନ, ଉଠାଇଲା କୋ-ଏଜୁକେସନ

author img

By

Published : Aug 21, 2021, 5:38 PM IST

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଆରମ୍ଭ କରିଛି ମହିଳା ବିରୋଧୀ ଆଇନ । ଆଫଗାନିସ୍ତାନର ପ୍ରମୁଖ ସ୍ଥଳ କୁହାଯାଉଥିବା ହେରାତରେ କୋ-ଏଜୁକେସନ ହଟାଇବାକୁ ଏଠାକାର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗୋଟିଏ କ୍ଲାସରେ ପୁଅ-ଝିଅ ଏକାଠି ବସି ପାଠ ପଢିପାରିବେ ନାହିଁ । ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛି ତାଲିବାନ ।

ପୂର୍ବରୁ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟର କ୍ଲାସରୁମରେ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢନ୍ତି । କିନ୍ତୁ ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଏଣିକି ଏକାଠି ବସି ପାଠ ପଢିପାରିବେ ନାହିଁ ଛାତ୍ରଛାତ୍ରୀ । ହେରତ ଅଧ୍ୟାପକଙ୍କ କହିବା ଅନୁସାରେ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା କ୍ଲାସରୁମରେ ଶିକ୍ଷାଦାନ ସମ୍ଭବ । ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ କମ ଛାତ୍ରୀ ଥିବାରୁ ଏଠାରେ ଅଲଗା କ୍ଲାସରୁମ ସମ୍ଭବ ନୁହେଁ । ତେବେ ଏଭଳି ସ୍ଥିତିରେ ଆଫଗାନିସ୍ତାନରେ କୋ-ଏଜୁକେସନକୁ ହଟାଇବା ଉଚିତ, ଯେହେତୁ ଏହି ବ୍ୟବସ୍ଥା ସମାଜର ସମସ୍ତ ବିବାଦର ମୂଳ ବୋଲି କହିଛନ୍ତି ଆଫଗାନିସ୍ତାନର ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ମୁଲ୍ଲାହ ଫରିଦ ।

ଏକ ବିକଳ୍ପ ଭାବରେ ଫରିଦ ପରାମର୍ଶ ଦେଇଛନ୍ତି ଯେ ମହିଳା ଅଧ୍ୟାପିକା କିମ୍ବା ବରିଷ୍ଠ ଅଧ୍ୟାପକଙ୍କୁ ଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଅନୁମତି ଦିଆଯାଉ । ଘରୋଇ ଶିକ୍ଷାନୁଷ୍ଠାନଗୁଡି଼କ ଅଲଗା କ୍ଲାସରୁମକୁ ଚଲାଇବାରେ ଅସମର୍ଥ ଥିବାରୁ ଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ । ତେବେ ହେରତ ଅଞ୍ଚଳରେ ମୋଟ ୪୦ ହଜାର ଛାତ୍ରଛାତ୍ରୀ ଥିବା ବେଳେ ୨୦୦୦ ଅଧ୍ୟାପକ ରହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.