ETV Bharat / international

ତାଲିବାନର ସର୍ବେସର୍ବା ଅଖୁଣ୍ଡଜାଦା ମୃତ, ବରାଦର ହୋଇଛି ବନ୍ଦୀ ! - ତାଲିବାନ ନ୍ୟୁଜ

ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ହକ୍କାନୀ ଗୋଷ୍ଠୀ ପଣବନ୍ଦୀ କରିନେଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ତାଲିବାନର ସର୍ବେସର୍ବା ଅଖୁଣ୍ଡଜାଦା ମୃତ, ବରାଦର ହୋଇଛି ବନ୍ଦୀ !

author img

By

Published : Sep 21, 2021, 11:55 AM IST

Updated : Sep 21, 2021, 10:10 PM IST

କାବୁଲ: ଆଫଗାନିସ୍ତାନରେ କ୍ଷମତାର ରକ୍ତ ସଂଘର୍ଷ । ଦୁଇ ଫାଳ ହୋଇଛି ସରକାର । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କଣ ଆଫଗାନିସ୍ତାନର ଉପମୁଖ୍ୟମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କରାଯାଇଛି ବନ୍ଦୀ ? ତାଲିବାର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁଣ୍ଡଜାଦାର ହୋଇଛି କି ହତ୍ୟା ? ତମାମ ପ୍ରଶ୍ନ ମଧ୍ୟରେ ତାଲିବାନର ଏହି ଦୁଇ ନେତାଙ୍କୁ ନେଇ ଚାରିଆଡେ ଗୋପନୀୟତାର ପରିସ୍ଥିତି ।

କଥାରେ ଅଛି ଅନ୍ୟାୟର ଶାସନ ବେଶୀ ଦିନ ତିଷ୍ଠିପାରେନି । ବଳ ପୂର୍ବକ ଜୋର ଜବରଦସ୍ତ କରି କେହି କେବେ ରାଜାର ମୁକୁଟ ପିନ୍ଧିପାରିବ ନାହିଁ । ଏହା ବାସ୍ତବତାରେ ପରିଣତ ହୋଇଛି ତାଲିବାନ କ୍ଷେତ୍ରରେ । ୨୦ ବର୍ଷ ପରେ ହିଂସାର ପଥ ଆପଣେଇ ଆଫଗାନିସ୍ତାନରେ ନେତୃତ୍ବ ନେଇଥିବା ତାଲିବାନ ଏବେ ଘୋର ସଙ୍କଟ ଦେଇ ଗତି କରୁଛି ।

ତାଲିବାନର 2 ମୁଖ୍ୟ ନେତାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ରିପୋର୍ଟ । ବ୍ରିଟେନ ପତ୍ରିକାର ଦାବି ଅନୁଯାୟୀ, କ୍ଷମତା ଲଢେଇରେ ତାଲିବାନର ସର୍ବେସର୍ବା ହିବତୁଲ୍ଲାହ ଅଖୁଣ୍ଡଜାଦାର ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷେ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରକୁ କରାଯାଇଛି ବନ୍ଦୀ ।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ତାଲିବାନର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହି ସମୟରେ ହକ୍କାନୀ ନେଟୱାର୍କର ନେତା ଖଲିଲ ଅଲ ରହେମାନ ନିଜ ଆସନରୁ ଉଠି ବରାଦରଙ୍କୁ ଚାପୁଡା ମାରିଥିଲା । ତାଲିବାନ ଓ ହକ୍କାନୀ ନେଟୱାର୍କ ମଧ୍ୟରେ ଜାରି ରହିଛି ବିବାଦ ।

ଦୀର୍ଘ ଦିନର ରକ୍ତପାତ ମଧ୍ୟରେ ସେପ୍ଟେମ୍ବର 7ରେ ଆଫଗାନିସ୍ତାନରେ ଗଠନ ହୋଇଥିଲା ତାଲିବାନ ସରକାର । ମୁଲ୍ଲା ମହମ୍ମଦ ହସନ ଅଖୁଣ୍ଡ ହୋଇଥିଲେ ନୂଆ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଗୃହ ବିଭାଗର ଦାୟିତ୍ବ ମିଳିଥିଲା । ସେହିପରି ଅବଦୁଲ ଘନି ବରାଦର ହୋଇଥିଲେ ଉପପ୍ରଧାନମନ୍ତ୍ରୀ ।

ଏହାର ମୁଖ୍ୟଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ହକ୍କାନୀ ଗୋଷ୍ଠୀ ପଣବନ୍ଦୀ କରିନେଇଥିବା ଚର୍ଚ୍ଚା ହେଉଛି । ହକ୍କାନୀ ହେଉଛି ତାଲିବାନର ଏକ ଉଗ୍ରପନ୍ଥୀ ଦଳ, ଯାହା ଏବେ ପାକିସ୍ତାନ ନେତୃତ୍ବରେ ପରିଚାଳିତ ହେଉଛି । ଅନ୍ୟପଟେ ଶାସନ ମୁଖ୍ୟ ମୁଲ୍ଲା ହସନ ଅଖୁନ୍ଦ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିଷ୍ପତ୍ତି ନେବାର କୌଣସି କ୍ଷମତା ନାହିଁ ।

ବର୍ତ୍ତମାନ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି । ନରମପନ୍ଥୀ କୁହାଯାଉଥିବା ଗୋଟିଏ ଗୋଷ୍ଠୀର ନେତୃତ୍ବ ମୁଲ୍ଲା ବରାଦର ନେଉଥିବାବେଳେ କଠୋରପନ୍ଥୀ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ହକ୍କାନୀ ଗୋଷ୍ଠୀ । ଏହି ହକ୍କାନୀ ଗୋଷ୍ଠୀକୁ ଆମେରିକା ଆତଙ୍କବାଦୀ ଘୋଷିତ କରିଛି । ବିଶ୍ବ ସମୁଦାୟକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଏକ ନରମପନ୍ଥୀ ସରକାର ଗଠନ ପାଇଁ ବରାଦର ଗୋଷ୍ଠୀର ଉଦ୍ୟମକୁ ହକ୍କାନୀ ଗୋଷ୍ଠୀ ବିରୋଧ କରୁଛି । ସରକାର ଗଠନ ନେଇ କାନ୍ଦାହାରରେ ଆଲୋଚନା ଚାଲିଥିବାବେଳେ ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଲାଗି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2021, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.