ETV Bharat / international

ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣ, 7 ମୃତ - taliban attacks joint afghan army

ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ 2 ଜଣ ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନର 5 ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

 ଆଫଗାନିସ୍ତାନ
ଆଫଗାନିସ୍ତାନ
author img

By

Published : Jul 15, 2020, 2:54 PM IST

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ 2 ଜଣ ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନର 5 ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆଫଗାନିସ୍ତାନର ଉତ୍ତର କୁଣ୍ଡୁଜ ପ୍ରଦେଶରେ ହୋଇଥିବା ଏହି ସଂଘର୍ଷରେ ଉଭୟ ପାର୍ଶ୍ବର 11 ଜଣ ଆହତ ମଧ୍ୟ ହୋଇଥିବା ଜଣାପଡିଛି ।

ଜଣେ ଅଧିକାରୀ ଏନେଇ କହିଛନ୍ତି, ତାଲିବାନ ଆତଙ୍କବାଦୀମାନେ ମିଳିତ ଆଫଗାନିସ୍ତାନ ସେନା ଏବଂ ପୋଲିସ ଚେକ ପଏଣ୍ଟ ଉପରେ ବୁଧବାର ସକାଳେ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଘଟଣାରେ 2 ଜଣ ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନର 5 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏହି ମରଣାନ୍ତକ ଆକ୍ରମଣ ପରେ ଆହତ ଲୋକଙ୍କୁ କୁଣ୍ଡୁଜ ସହରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଉତ୍ତର ଆଫଗାନିସ୍ତାନ ପ୍ରଦେଶଗୁଡ଼ିକରେ ଅଧିକାଂଶ ସମୟରେ ତାଲିବାନ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳେ । ଏହା ପୂର୍ବରୁ ରବିବାର ରାତିରେ ତାଲିବାନ ଇମାମ ସାହେବ ଜିଲ୍ଲା ପୋଲିସ ଷ୍ଟେସନ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣ ସାଧାରଣ ନାଗରିକ ଏବଂ 5 ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିଲେ । ଘଟଣାରେ 6 ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

ଆଫଗାନିସ୍ତାନ ସୈନ୍ୟମାନେ ଆଫଗାନିସ୍ତାନର ଅଧିକାଂଶ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶ ଏବଂ 34 ଟି ପ୍ରାଦେଶିକ ରାଜଧାନୀରେ ନିୟନ୍ତ୍ରଣ କରିଛନ୍ତି । କିନ୍ତୁ ତାଲିବାନ ବିଦ୍ରୋହୀମାନେ ଗ୍ରାମାଞ୍ଚଳର ବହୁ ଅଂଶକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ଆଫଗାନିସ୍ତାନ ସହର ଏବଂ ଜିଲ୍ଲା ବିରୁଦ୍ଧରେ କ୍ରମାଗତ ଭାବରେ ଆକ୍ରମଣ କରିଆସୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.