ETV Bharat / international

ଶେଷରେ ତାଜିକିସ୍ତାନରେ ପାଦ ଥାପିଲା କୋଭିଡ 19

ଗତ ମାସରେ ତାଜିକିସ୍ତାନ ଏହାର ସମସ୍ତ ସୀମା ବନ୍ଦ କରିଥିଲା । ଏହାସହ ଗତ 3 ମାସ ଭିତରେ ପ୍ରାୟ 11 ହଜାର ସନ୍ଦିଗ୍ଧ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : May 1, 2020, 7:02 AM IST

ଶେଷରେ ତାଜିକିସ୍ତାନରେ ପାଦ ଥାପିଲା କୋଭିଡ 19
ଶେଷରେ ତାଜିକିସ୍ତାନରେ ପାଦ ଥାପିଲା କୋଭିଡ 19

ଦୁଶାନବେ: ଅନେକ ଦିନ ମୁକ୍ତ ରହିବା ପରେ ଶେଷରେ ତାଜିକିସ୍ତାନରେ ପାଦ ଥାପିଛି କୋଭିଡ 19 । ଦୀର୍ଘ ଦିନ ଧରି ବିଶ୍ବରେ କୋରୋନା ମୁକ୍ତ ଥିବା ଦେଶ ତାଲିକାରୁ ତାଜିକିସ୍ତାନ ନାମ ହଟିଛି । ଗୁରୁବାର ଏଠାରେ ପ୍ରଥମ 15ଟି ମାମଲା ସ୍ପଷ୍ଟ ହୋଇଛି ।

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ମଧ୍ୟ ଏସିଆ ଦେଶ ଚୀନ ସମେତ ଅନେକ ସଂକ୍ରମିତ ଦେଶଙ୍କ ସୀମାକୁ ଲାଗିଥିବା ସତ୍ତ୍ବେ ଏଠାରେ କୋରୋନା ଭୂତାଣୁ ଏପର୍ଯ୍ୟନ୍ତ ପ୍ରବେଶ କରିପାରିନଥିଲା । ତେବେ ଗୁରୁବାର 15ଟି ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ରାଜଧାନୀ ଦୁଶାନବେରେ 5ଟି ମାମଲା ସ୍ପଷ୍ଟ ହୋଇଛି । ବାକି 10ଟି ସୁଘଡ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏହି ଅଞ୍ଚଳ ଉଜବେକିସ୍ତାନ ଓ କିର୍ଗିସ୍ତାନ ସୀମାକୁ ଲାଗିଥିବାରୁ ଏଠାରୁ ସଂକ୍ରମଣ ଆସିଥିବା ସନ୍ଦେହ କରାଯାଉଛି ।

ଗତ ମାସରେ ତାଜିକିସ୍ତାନ ଏହାର ସମସ୍ତ ସୀମା ବନ୍ଦ କରିବା ସହ ସାମାଜିକ ଦୂରତ୍ବକୁ କଡାକଡି ଲାଗୁ କରିଥିଲା । ଏହାସହ ଗତ 3 ମାସ ଭିତରେ ପ୍ରାୟ 11 ହଜାର ସନ୍ଦିଗ୍ଧ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଏମାନଙ୍କ ଭିତରୁ 8438 ଲୋକ ଏବେ ସୁଦ୍ଧା ଡିସଚାର୍ଜ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.