ETV Bharat / international

ଦୀର୍ଘ 9 ମାସ ପରେ ଶ୍ରୀଲଙ୍କାରେ ଖୋଲିଲା ପର୍ଯ୍ୟଟନସ୍ଥଳୀ - 9 ମାସ ପରେ ଶ୍ରୀଲଙ୍କାରେ ଖୋଲିଲା ପର୍ଯ୍ୟଟନସ୍ଥଳୀ

କୋରୋନା କାଳରେ ଶ୍ରୀଲଙ୍କାର ପର୍ଯ୍ୟଟନ ବିଭାଗକୁ ଶକ୍ତ ଧକ୍କା ଲାଗିଥିବାବେଳେ ସୋମବାରଠାରୁ ଦେଶରେ ପର୍ଯ୍ୟଟନସ୍ଥଳୀକୁ ଖୋଲାଯାଇଛି । ଅଧିକ ପଢନ୍ତୁ...

Sri Lanka reopens to tourists after 9 months
ଦୀର୍ଘ 9 ମାସ ପରେ ଶ୍ରୀଲଙ୍କାରେ ଖୋଲିଲା ପର୍ଯ୍ୟଟନସ୍ଥଳୀ
author img

By

Published : Dec 29, 2020, 6:08 PM IST

କଲୋମ୍ବୋ: କୋରୋନା ସଂକ୍ରମଣ ପରେ ବିଶ୍ବର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବନ୍ଦ କରାଯାଇଥିଲା । ବିଭିନ୍ନ ଦେଶରେ କୋରୋନାର ସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ଶ୍ରୀଲଙ୍କାରେ ମଧ୍ୟ ଦୀର୍ଘ 9 ମାସ ପରେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି ।

ଗତ ମାର୍ଚ୍ଚ ମାସ ଠାରୁ ଭାରତ ମହାସାଗରରେ ଥିବା ଦ୍ବୀପପୁଞ୍ଜୀୟ ଦେଶ ଶ୍ରୀଲଙ୍କାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହିତ ଦେଶର ପ୍ରମୁଖ 2ଟି ଆନ୍ତର୍ଜାତିକ ବିମାନ ବନ୍ଦରକୁ ବନ୍ଦ କରିଥିଲେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏକ ପାଇଲଟ କାର୍ଯ୍ୟକ୍ରମ ଦେଶରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି । ସୋମବାର ୟୁକ୍ରେନରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରଥମ ପର୍ଯ୍ୟଟକ ଦଳ ପହଞ୍ଚିଛନ୍ତି । ତେବେ ଏହି 186 ପର୍ଯ୍ୟଟକମାନେ ଶ୍ରୀଲଙ୍କାରେ 10 ଦିନ ରହିବେ ବୋଲି ଆଶା କରାଯାଇଛି ।

ଆସନ୍ତା ଜାନୁଆରୀରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପାଇଲଟ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ 2 ହଜାର 580 ପର୍ଯ୍ୟଟକ ଆଞ୍ଚଳିକ ଆନ୍ତଃରାଜ୍ୟ ସଂଗଠନ ଦେଶ(CIS)ଗୁଡିକରୁ ଆସିବେ ବୋଲି ଆଶା କରାଯାଇଛି । କୋଭିଡ-19 ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବଡ଼ ଝଟକା ଦେଇଛି । ଏହାର ଜିଡିପିର ପ୍ରାୟ 5% ହ୍ରାସ ପାଇଥିବାବେଳେ ପ୍ରାୟ 2 ଲକ୍ଷ 50 ହଜାର ଲୋକଙ୍କୁ ସିଧାସଳଖ ଏବଂ ପରୋକ୍ଷରେ 2 ନିୟୁତ ଲୋକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି ।

ତେବେ ଦେଶରେ ଅଗଷ୍ଟ ପହିଲାରୁ ପର୍ଯ୍ୟଟନ ବିଭାଗ ଖୋଲିବା ପାଇଁ ସରକାର ଯୋଜନା କରୁଥିବା ବେଳେ ହଠାତ୍‌ ସଂକ୍ରମଣ ବଢିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏଯାବତ୍‌ ଶ୍ରୀଲଙ୍କାରେ 41 ହଜାର 602 ଟି କୋଭିଡ ପଜିଟିଭ ମାମଲା ରହିଥିବା ବେଳେ 194 ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.