କୋଲମ୍ବୋ: ମନି ଲଣ୍ଡ୍ରିଙ୍ଗ ଓ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ଶ୍ରୀଲଙ୍କାକୁ ଗ୍ରେ ସୂଚୀରୁ ବାହାର କରିଛି । ପ୍ୟାରିସରେ ଆୟୋଜିତ ଏଫଏଟିଏଫର 5 ଦିବସୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ପ୍ୟାରିସସ୍ଥିତ ସଂସ୍ଥା ଏଫଏଟିଏଫ ଅକ୍ଟୋବର 2017ରେ ଟେରର ଫଣ୍ଡିଂ ମାମଲାରେ ଶ୍ରୀଲଙ୍କାକୁ ଗ୍ରେ ତାଲିକାଭୁକ୍ତ କରିଥିଲା । ତେବେ ଏଫଏଟିଏଫର ଏସିଆ ପ୍ୟାସିଫିକ ଗ୍ରୁପର ରିପୋର୍ଟରେ ଶ୍ରୀଲଙ୍କା ଟେରର ଫଣ୍ଡିଂ ରୋକିବାରେ ସଫଳ ହୋଇଥିବା ଶ୍ରୀଲଙ୍କାର ଖବର କାଗଜରେ ପ୍ରକାଶ ପାଇଛି ।