କଲମ୍ବୋ: କୋରୋନା ମୁକାବିଲା ପାଇଁ ଶ୍ରୀଲଙ୍କାକୁ ଔଷଧ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସରକାର ଓ ଭାରତର ଲୋକମାନଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ କୃତଜ୍ଞତା ଜଣାଇଛନ୍ତି । ଏନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀଲଙ୍କା ରାଷ୍ଟ୍ରପତି ଟ୍ବିଟରରେ ଲେଖିଛନ୍ତି, ‘ଏକ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ଶ୍ରୀଲଙ୍କାକୁ ଔଷଧ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ସରକାର ଓ ଭାରତର ଲୋକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏଭଳି ଏକ ଆବଶ୍ୟକ ସମୟରେ ଆପଣଙ୍କର ସମର୍ଥନ ପ୍ରଶଂସନୀୟ ।’
କୋଭିଡ -19 ସଙ୍କଟକୁ ଦୃଷ୍ଟିରେ ରଖି ଭାରତ 10 ଟନର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ଏବଂ ପାରାସିଟାମୋଲ ସମେତ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ ସାମଗ୍ରୀ ପଠାଇଛି । 24 ଘଣ୍ଟା ତଳେ ରପ୍ତାନୀ ଉପରେ ଆଂଶିକ ପ୍ରତିବନ୍ଧକ ହଟାଇଥିବା ଭାରତ ଶ୍ରୀଲଙ୍କାକୁ ଔଷଧ ଯୋଗାଣ କରିଛି ।
ସୂଚନାନୁସାରେ, ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଚାର୍ଟର ବିମାନ ଦ୍ବାରା ମଙ୍ଗଳବାର ଔଷଧ ଓ ମେଡିକାଲ ସାମଗ୍ରୀ କଲମ୍ବୋକୁ ପଠାଯାଇଥିଲା । ସାମଗ୍ରୀ ଗୁଡିକୁ ସାର୍କ ବନ୍ଧୁ ରାଷ୍ଟ୍ରର ସହଯୋଗ ଭାବରେ ପଠାଯାଇଛି ।
@ANI