ETV Bharat / international

ଶ୍ରୀଲଙ୍କାରେ ପହଞ୍ଚିଲା କୋରୋନା ଭାଇରସ

author img

By

Published : Jan 28, 2020, 2:34 PM IST

ଏବେ ଶ୍ରୀଲଙ୍କାରେ କୋରୋନା ଭୂତାଣୁରେ ସଂକ୍ରମିତ ଜଣେ ମହିଳାଙ୍କୁ ଚିହ୍ନଟ କରାଯାଇଛି । ମହିଳା ଜଣକ ଚୀନର ନାଗରିକ ହୋଇଥିବା ବେଳେ ସେ ଶ୍ରୀଲଙ୍କାକୁ ପରିଭ୍ରମଣ ଉଦ୍ଦେଶ୍ୟରେ ଆସିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

କଲମ୍ବୋ: ସାରା ବିଶ୍ବକୁ ବ୍ୟାପିବାରେ ଲାଗିଛି ଜୀବନନାଶକ, ମାରାତ୍ମକ ଚୀନ ଭାଇରସ । କୋରୋନା ଭାଇରସ କବଳରେ ଏବେ ବିଶ୍ବର ଅନେକ ପ୍ରମୁଖ ରାଷ୍ଟ୍ର ଆସିଲେଣି । ଏବେ ଶ୍ରୀଲଙ୍କାରେ ଏହି ଭୂତାଣୁରେ ସଂକ୍ରମିତ ଜଣେ ମହିଳାଙ୍କୁ ଚିହ୍ନଟ କରାଯାଇଛି । ମହିଳା ଜଣକ ଚୀନର ନାଗରିକ ହୋଇଥିବା ବେଳେ ସେ ଶ୍ରୀଲଙ୍କାକୁ ପରିଭ୍ରମଣ ଉଦ୍ଦେଶ୍ୟରେ ଆସିଥିଲେ ।

ସୂଚନା ଅନୁସାରେ ଚାଇନାର ହୁବେଇ ସହରର 43 ବର୍ଷୀୟ ମହିଳା ଜାନୁଆରୀ 19 ତାରିଖରେ ଶ୍ରୀଲଙ୍କାକୁ ଭ୍ରମଣ କରିବା ପାଇଁ ଆସିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସୁଦାଥ ସମରଭୀରା ଏହି ସୂଚନା ଦେଇଛନ୍ତି ।

ଚୀନରୁ ଆରମ୍ଭ କରି ଅନେକ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଥିବା ଏହି ଭାଇରସର ଶିକାର ହୋଇ ବର୍ତ୍ତମାନ 106 ଜଣ ପ୍ରାଣ ହରାଇଥିବା ବେଳେ1300ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ରହିଛନ୍ତି । ଏହି ଭାଇରସ ଭୟରେ ଏବେ ଭାରତ । ଏବେ ଏହି ଭାଇରସ ଧୀରେ ଧୀରେ ଭାରତରେ ପାଦ ଥାପିଲାଣି । ମାରାତ୍ମକ ଭାଇରସ ନିଜ ପ୍ରଭାବ ଭାରତରେ ପ୍ରାରମ୍ଭ ହେଲାଣି । ମୁମ୍ବାଇ, ରାଜସ୍ଥାନ, ମୋହାଲି ଓ ବିହାର ପରେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଭୂତାଣ ସଂକ୍ରମିତ ତିନି ଜଣଙ୍କ ଚିହ୍ନଟ କରାଯାଇଛି । ସୋମବାର ଭାରତ ସରକାର ଚୀନର ବୁହାନ ସହରରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.