କଲମ୍ବୋ : ଶ୍ରୀଲଙ୍କା ନୌସେନା ଶନିବାର 14 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟକରୁ 3ଟି ମାଛଧରା ଟ୍ରଲର ଜବତ କରିଛି । ବେଆଇନ ଭାବରେ ନିଷିଦ୍ଧାଞ୍ଚଳରେ ଶ୍ରୀଲଙ୍କା ଜଳଭାଗରେ ମାଛ ମାରୁଥିବା କାରଣରୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା ।
ଶ୍ରୀଲଙ୍କା ନୌସେନା ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଶନିବାର ଡେଲଫ୍ଟ ଦ୍ବୀପର ଉତ୍ତରାଞ୍ଚଳରୁ ସମସ୍ତ 14 ମତ୍ସଜୀବୀଙ୍କୁ ଗିରଫ କରାଯାଇଛି ।
ଏହାସହ ଗିରଫ ସମସ୍ତ ମତ୍ସ୍ୟଜୀବୀଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଜାଫନା ମତ୍ସ୍ୟ ବିଭାଗର ସହନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବ । ଗତ କିଛି ବର୍ଷ ହେବ ଶ୍ରୀଲଙ୍କା ନୌବାହିନୀର କଡା ପାଟ୍ରୋଲିଂ ଫଳରେ ଭାରତୀୟ ମତ୍ସ୍ୟଜୀବୀଙ୍କ ବେଆଇନ ଜଳପଥରେ ଅନୁପ୍ରବେଶ ଓ ମାଛମରା ଘଟଣା ହ୍ରାସ ପାଇଛି ।