ETV Bharat / international

ନୂଆ ମାମଲାରେ ବିଚଳିତ ଦକ୍ଷିଣ କୋରିଆ, ମାସେ କ୍ଲବ ବନ୍ଦ

author img

By

Published : May 9, 2020, 6:40 AM IST

ଶୁକ୍ରବାର ରାତି 8ଟାରୁ ଏହି ନିୟମ ମାସେ ଯାଏଁ ଲାଗୁ ହେବ । ଏପରିକି ସରକାର ସମସ୍ତ ପର୍ଯ୍ୟଟନସ୍ଥଳୀରେ କ୍ୟାଟ ଲୋଗକୁ ସଠିକ ଭାବେ ପୂରଣ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆ ମାମଲାରେ ବିଚଳିତ ଦକ୍ଷିଣ କୋରିଆ, ମାସେ କ୍ଲବ ବନ୍ଦ
ନୂଆ ମାମଲାରେ ବିଚଳିତ ଦକ୍ଷିଣ କୋରିଆ, ମାସେ କ୍ଲବ ବନ୍ଦ

ସିଓଲ: କୋରୋନା ମୁକାବିଲାରେ ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଥିବା ଦକ୍ଷିଣ କୋରିଆ ପୁଣି ସମସ୍ୟାରେ ପଡିଛି । ରାଜଧାନୀ ସିଓଲର ପଡୋଶୀ ଇଟାଏୱନରେ ସଂକ୍ରମିତ ବାହାରିବା ପରେ ଏହି ସମସ୍ୟା ଦେଖାଦେଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାର କ୍ଲବ ଓ ବାରକୁ ମାସେ ଯାଏଁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି ।

ଶୁକ୍ରବାର ରାତି 8ଟାରୁ ଏହି ନିୟମ ମାସେ ଯାଏଁ ଲାଗୁ ହେବ । ଏପରିକି ସରକାର ସମସ୍ତ ପର୍ଯ୍ୟଟନସ୍ଥଳୀରେ କ୍ୟାଟ ଲୋଗକୁ ସଠିକ ଭାବେ ପୂରଣ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଜାଣିହେବ କେଉଁ ଆକ୍ରାନ୍ତ କେତେବେଳେ କେଉଁଠି ବୁଲି ଯାଇଛନ୍ତି । ଗତ ସପ୍ତାହରେ ଜଣେ 29 ବର୍ଷୀୟ ପଜିଟିଭ ଇଟାଏୱନରେ 5ଟି ବାର୍ ଓ କ୍ଲବ ବୁଲିଛନ୍ତି ବୋଲି ଜଣାପଡିବା ପରେ ସରକାର ଏସବୁକୁ ମାସେ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି । ଏହି ଆକ୍ରାନ୍ତଙ୍କ ଯୋଗୁଁ ପୁଣି ଦେଶରେ ପରିସ୍ଥିତି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆକ୍ରାନ୍ତ ଏହି କ୍ଲବ ସବୁ ବୁଲିବାବେଳେ ମୁହଁରେ ମାସ୍କ ପିନ୍ଧିନଥିବା ସୂଚନା ରହିଛି ।

ଏହାସହ ଅଲଗା 14 ଜଣ ମଧ୍ୟ କୋଭିଡ 19 ପଜିଟିଭ ଥିବା ସରକାର ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ 3 ଜଣ ବିଦେଶୀ ଓ ଜଣେ ଆର୍ମି ଅଫିସର ଅଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ 19ରୁ 37 ଭିତରେ ବୋଲି ଜଣାପଡିଛି । ତେବେ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଏବେ ଯାଏଁ ଠାବ କରାଯାଇପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.