ETV Bharat / international

ମହାମାରୀରେ ଫିକା ପଡିଲା ଦକ୍ଷିଣ କୋରିଆର ବାର୍ଷିକ ସ୍ମାରକୀ ଦିବସ - କୋରୋନାରେ ଫିକା ପଡିଲା ଦକ୍ଷିଣ କୋରିଆ ସ୍ମାରକୀ ଦିବସ

ଦକ୍ଷିଣ କୋରିଆରେ କୋରୋନାର ପ୍ରଭାବ କମ ଥିଲେ ସୁଦ୍ଧା ସୁରକ୍ଷାକୁ ନଜରରେ ରଖି ଶନିବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି ବାର୍ଷିକ ସ୍ମାରକୀ ଦିବସ ।

s.korea memorial day, s.korea's 65th memorial day, s.korea memorial day toned down amid pandemic, corona effect in s.korea, ଦକ୍ଷିଣ କୋରିଆ ସ୍ମାରକୀ ଦିବସ, ଦକ୍ଷିଣ କୋରିଆର 65 ତମ ସ୍ମାରକୀ ଦିବସ, କୋରୋନାରେ ଫିକା ପଡିଲା ଦକ୍ଷିଣ କୋରିଆ ସ୍ମାରକୀ ଦିବସ, ଦକ୍ଷିଣ କୋରିଆରେ କୋରୋନା ପ୍ରଭାବ
ମହାମାରୀରେ ଫିକା ପଡିଲା ଦକ୍ଷିଣ କୋରିଆର ବାର୍ଷିକ ସ୍ମାରକୀ ଦିବସ
author img

By

Published : Jun 6, 2020, 5:36 PM IST

ସିଓଲ: ଦକ୍ଷିଣ କୋରିଆରେ କୋରୋନାର ପ୍ରଭାବ କମ ଥିଲେ ସୁଦ୍ଧା ସୁରକ୍ଷାକୁ ନଜରରେ ରଖି ଶନିବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି ବାର୍ଷିକ ସ୍ମାରକୀ ଦିବସ । କୋରିଆନ ଯୁଦ୍ଧ ତଥା ଦେଶର ସ୍ବାଧୀନତା ଓ ଗଣତାନ୍ତ୍ରିକ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀ ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏଥିସହ ଦେଶରେ କୋରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ଆଗଧାଡିର ଯୋଦ୍ଧାଙ୍କ ପରିବାରବର୍ଗ ଶନିବାର ଆୟୋଜିତ 65 ତମ ସ୍ମାରକୀ ଦିବସରେ ସାମିଲ ହୋଇଥିଲେ । 2010 ମସିହାରେ ବୁଡିଯାଇଥିବା ଚେଓନାନ ସାମରିକ ଜାହାଜରୁ ଅଳ୍ପକେ ବର୍ତ୍ତିଥିବା ନାଗରିକ ଓ ସେମାନଙ୍କ ପରିବାରର 7 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ରାଷ୍ଟ୍ରପତି ମୁନ ଜୈ-ଇନ, ଶାସକ ଦଳ ଓ ବିରୋଧୀ ଦଳରେ ବରିଷ୍ଠ ନେତା ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ବୋଧନ କରି ରାଷ୍ଟ୍ରପତି ମୁନ କହିଥିଲେ କି ଦେଶ ସ୍ବାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ଲୋକଙ୍କୁ ଦେଶବାସୀ ସମ୍ମାନ ଦେବା ଆବଶ୍ୟକ । ସରକାର ଦେଶ ଗଠନରେ ସେମାନଙ୍କ ଅବଦାନକୁ ସବୁବେଳେ ମନେ ରଖିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାତୀୟ ଶ୍ମଶାନ ଘାଟରେ ହେବା ନେଇ ଯୋଜନା ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ରାଜଧାନୀଠାରୁ 160 କିଲୋମିଟର ଦୂର ଦାଇଜିଓନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା ।

ଦେଶର ମହାନଗର ନିଗମ ଅଞ୍ଚଳରେ କୋରୋନାର ପ୍ରଭାବ ଅଧିକ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଅଧିକାରୀଙ୍କ ସୂଚନା ମୁତାବକ ଗତବର୍ଷ ଆମନ୍ତ୍ରିତ 10,000 ଅତିଥି ସଂଖ୍ୟାକୁ ଚଳିତବର୍ଷର ପରିସ୍ଥିତିକୁ ନଜରରେ ରଖି 300ରେ ସୀମିତ ରଖାଯାଇଥିଲା । ଏଥିସହ କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.