ହଂକଂ: ହଂକଂରେ ଆଶ୍ଚର୍ଯ୍ୟକର ଢଙ୍ଗରେ କୋହଳ ହେବାକୁ ଯାଉଛି ସାମାଜିକ ଦୂରତା ନିୟମ । ଏହି ନୂଆ ନିୟମ ଆଧାରରେ ଦେଶରେ 50 ଜଳ ଲୋକେ ଏକାଛି ହୋଇପାରିବା ସହ ଧିରେ ଧିରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ଆଦି ପୂର୍ବ ପରି ସ୍ବାଭାବିକ ଢଙ୍ଗରେ ଆୟୋଜନ କରାଯାଇପାରିବ । ମଙ୍ଗଳବାରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି ।
ହଂକଂରେ ଏହି ନୂଆ ନିୟମ ଆସନ୍ତ ଶୁକ୍ରବାର ଅର୍ଥାତ୍ ଜୁନ 19ରୁ ଲାଗୁ ହେବ । କିନ୍ତୁ ରେସ୍ତୋରାଁ ଓ ପବ୍ ଆଦିରେ ଟେବୁଲରେ 1.5 ମିଟର ଦୂରରେ ବସିବା ପରି ଆୟୋଜନ କରାଯିବ । ବାର୍, ପବ୍ ଓ ରେସ୍ତୋରାଁ ଆଦିରେ ପୂର୍ବରୁ ଗୋଟିଏ ଟେବୁଲପେ 4ଜଣ ବସିବାକୁ ଅନୁମତି ଥିବା ବେଳେ ଏବେ ଏହା କୋହଳ ହୋଇ 8କୁ ବୃଦ୍ଧି କରାଯିବ । ସେହିପରି ଲାଇଭ ନୃତ୍ୟଗୀତ ଓ ନାଇଟକ୍ଲବ ଆଦି ନିଜ ସର୍ଭିସ ପୁଣି ଆରମ୍ଭ କରିପାରିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।
ତେବେ ସରକାରଙ୍କ ଏହି ନିଷ୍ପତ୍ତି ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ । ସେ କହିଛନ୍ତି କି ସ୍ଥିତି ସ୍ବାଭାବିକ କରିବା ପାଇଁ ନିୟମ କୋହଳ ଭଲ ପଦକ୍ଷେପ ହେଲେ ସାମାଜିକ ଦୂରତା ପ୍ରତି ଏତେ ଢିଲା ଆଚରଣ ଉଚିତ୍ ନୁହେଁ । ହଂକଂରେ ବର୍ତ୍ତମାନ ସୁଦ୍ଧା ସାମ୍ପ୍ରଦାୟିକ ସଂକ୍ରମଣର କୌଣସି ସୂତ୍ର ଦେଖାଯାଇନାହିଁ । ସେପଟେ ମୋଟ ଆକ୍ରାନ୍ତ ସଂଖ୍ୟା 1112 ରହିବା ସହ ମୃତ୍ୟୁ ସଂଖ୍ୟା ମାତ୍ର 4ରେ ସ୍ଥିର ରହିଛି ।
@IANS