ETV Bharat / international

ହଂକଂରେ ଆହୁରି 2 ସପ୍ତାହ ବଢିଲା ସାମାଜିକ ଦୂରତା କଟକଣା - କୋରୋନା ଭାଇରସ ନ୍ୟୁଜ୍‌

କ୍ରମାଗତ 2 ଦିନ ଧରି ହଂକଂରେ ଦେଖାଯାଇନାହିଁ କୌଣସି ନୂଆ କୋରୋନା ସଂକ୍ରମଣ ମାମଲା । ଏନେଇ ଦେଶରେ ଆହୁରି 2 ସପ୍ତାହ ପର୍ଯ୍ୟନ୍ତ ସାମାଜିକ ଦୂରତା କଟକଣାକୁ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଅଧିକାରୀଗଣ ।

corona in hong kong, corona update, coronavirus news, social distancing in hong kong, ହଂକଂରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ହଂକଂରେ ସାମାଜିକ ଦୂରତା
ହଂକଂରେ ଆହୁରି 2 ସପ୍ତାହ ବଢିଲା ସାମାଜିକ ଦୂରତା କଟକଣା
author img

By

Published : May 20, 2020, 12:07 AM IST

ହଂକଂ: କ୍ରମାଗତ 2 ଦିନ ଧରି ହଂକଂରେ ଦେଖାଯାଇନାହିଁ କୌଣସି ନୂଆ କୋରୋନା ସଂକ୍ରମଣ ମାମଲା । ଏନେଇ ଦେଶରେ ଆହୁରି 2 ସପ୍ତାହ ପର୍ଯ୍ୟନ୍ତ ସାମାଜିକ ଦୂରତା କଟକଣାକୁ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଅଧିକାରୀଗଣ । ତେବେ କେବଳ ପୂଜା ପାର୍ବଣରେ ଗୋଟିଏ ସ୍ଥାନର 50 ପ୍ରତିଶତ ଅଂଶରେ ଲୋକେ ଏକାଠି ହୋଇ ପୂଜା କରିପାରିବେ ବୋଲି କୁହାଯାଇଛି ।

ଦେଶରେ ସାମାଜିକ ଦୂରତାର କଡାକଡି ପାଳନ ପାଇଁ ମଙ୍ଗଳବାର ସୁଦ୍ଧା ଦେଶରେ 1055 ଆକ୍ରାନ୍ତ ଚିହ୍ନଟ ହେବା ସହ 4 ଜଣଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଏକ କ୍ଲଷ୍ଟରରୁ ସଂକ୍ରମଣର ଆଶଙ୍କା ରହିଥିବା ଦର୍ଶାଇ ଦେଶରେ ଆହୁରି 2 ସପ୍ତାହ ଯାଏଁ ସାମାଜିକ ଦୂରତା ଜାରି ରଖିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେପଟେ କାରାଓକେ ଲାଉଞ୍ଜ, ନାଇଟ କ୍ଲବ ଓ ପାର୍ଟି ରୁମ ଆଦି ମେ 28 ପରେ ପୁଣି ଖୋଲିବା ନେଇ ଅନୁମାନ କରାଯାଉଛି ।

ଆଗାମୀ ଦୁଇ ସପ୍ତାହ ପରେ ସ୍ଥିତି ସ୍ବାଭାବିକ ହେବା ନେଇ ସଙ୍କେତ ଥିଲେ ସୁଦ୍ଧା ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ନେଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ସମାନ ଭାବେ ମନୋରଞ୍ଜନ ପାଇଁ ମାଧ୍ୟମ ଖୋଲିଲେ ସୁଦ୍ଧା ଲୋକଙ୍କ ସାବଧାନତା ଅବଲମ୍ବନ କରି ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.