ETV Bharat / international

ଲାହୋରରେ ଲାଗୁ ସ୍ମାର୍ଟ ଲକଡାଉନ

author img

By

Published : Jun 19, 2020, 7:19 AM IST

ପାକିସ୍ତାନରେ କୋରୋନା ସହ ମୁକାବିଲା ପାଇଁ ଲାହୋର ସମେତ ପଞ୍ଜାବ ପ୍ରାନ୍ତର କେତେକ ଅଞ୍ଚଳରେ ଲାଗୁ ହୋଇଛି ସ୍ମାର୍ଟ ଲକଡାଉନ । ଏଠାରେ ପ୍ରାୟ 100 ମିଲିୟନରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

corona situation in lahore, corona situation in pakistan, corona fight in pakistan, smart lockdown in lahore, ଲାହୋରରେ କୋରୋନା ସ୍ଥିତି, ପାକିସ୍ତାନରେ କୋରୋନା ସ୍ଥିତି, ପାକିସ୍ତାନରେ କୋରୋନା ଲଢେଇ, ଲାହୋରରେ ସ୍ମାର୍ଟ ଲକଡାଉନ
ଲାହୋରରେ ଲାଗୁ ସ୍ମାର୍ଟ ଲକଡାଉନ

ଲାହୋର: ପାକିସ୍ତାନରେ କୋରୋନା ସହ ମୁକାବିଲା ପାଇଁ ଲାହୋର ସମେତ ପଞ୍ଜାବ ପ୍ରାନ୍ତର କେତେକ ଅଞ୍ଚଳରେ ଲାଗୁ ହୋଇଛି ସ୍ମାର୍ଟ ଲକଡାଉନ । ଏଠାରେ ପ୍ରାୟ 100 ମିଲିୟନରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏଥିପାଇଁ ବୁଧବାରଠାରୁ ଏହି ଅଞ୍ଚଳରେ ଲାଗୁ କରାଯାଇଛି ସ୍ମାର୍ଟ ଲକଡାଉନ ।

ଗୁରୁବାର ଏହି ପ୍ରାନ୍ତରେ ପ୍ରାୟ 60 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପାକିସ୍ତାନର ମୋଟ 1,60,116 ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ପଞ୍ଜାବ ପ୍ରାନ୍ତରେ 60,138ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ତେବେ ଏଠାରେ ଲାଗୁ ହୋଇଥିବା ସ୍ମାର୍ଟ ଲକଡାଉନ ଆଧାରରେ ଅର୍ଥନୀତି ଉପରେ କମ ପ୍ରଭାବ ପକାଇ ଲୋକଙ୍କୁ ଏକ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଦେଶରେ ଯେକୌଣସି ସ୍ଥାନରେ ଯଦି 300ରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ଚିହ୍ନଟ ହୁଏ ସେଠାରେ ଏହି ସ୍ମାର୍ଟ ଲକଡାଉନ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସ୍ମାର୍ଟ ଲକଡାଉନ ଲାଗୁ ଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଗେଟ ଗୁଡିକରେ ଯାଞ୍ଚ କଡାକଡି କରାଯାଇଛି । ସେପଟେ ଆବଶ୍ୟକସ୍ଥଳେ ଗୋଟିଏ ପରିବାରରୁ କେବଳ ଜଣଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ।

କେବଳ ସେତିକି ନୁହେଁ, ସମ୍ପୃକ୍ତ ଅଞ୍ଚଳରେ ମଲ୍‌, ଦୋକାନ, ବଜାର, ରେସ୍ତୋରାଁ ସମେତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଆଦି ଆଗାମୀ ଦୁଇ ସପ୍ତାହ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏଥିସହ ଏଠାରେ କେବଳ ଔଷଧ ଦୋକାନ ଓ ଗ୍ରୋସେରୀ ଦୋକାନ ଖୋଲା ରହିବା ନେଇ ନିୟମ କଡାକଡି କରାଯାଇଛି । ଏଠାରେ ସମସ୍ତ ଯାତାୟତର ବ୍ୟବସ୍ଥା ବନ୍ଦ ରହିବା ନେଇ ମଧ୍ୟ ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.