ସିଓଲ: ଅନ୍ତଃକୋରିଆନ ବିବାଦ ପାଇଁ ମୁଖ୍ୟତଃ ଦାୟୀ ବୋଲାଯାଉଥିବା ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବଣ୍ଟନ ପଛରେ ଦୋଷୀକୁ ଖୋଜିବାରେ ଲାଗିଛି ଦକ୍ଷିଣ କୋରିଆ । ସରକାରଙ୍କ ନିର୍ଦ୍ଦେଶ ବାହାରେ ଯାଇ ଏହି କାର୍ଯ୍ୟକଳାପ ହୋଇଥିବା ବେଳେ ଏଥିପାଇଁ ଦକ୍ଷିଣ କୋରିଆକୁ ଦାୟୀ ମାନି ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପଛାଉ ନାହିଁ ଉତ୍ତର କୋରିଆ । ଏପରି ସ୍ଥିତିରେ ଦକ୍ଷିଣ କୋରିଆର ଶରଣ ନେଇଥିବା ଦୁଇ ବିଶ୍ବାସ ଘାତକ ଗୋଷ୍ଠୀର ପରିଚାଳନା ଅନୁମତି ରବ୍ଦ କରିଛି ମୁନ ସରକାର ।
ଦେଶର ଏକତ୍ରିକରଣ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ କରି କହିଛି କି ଦେଶରେ ଶରଣ ନେଇଥିବା ଦୁଇ ଉତ୍ତର କୋରିଆନ ବିଶ୍ବାସଘାତକଙ୍କ ଗୋଷ୍ଠୀର ପରିଚାଳନା ଅନୁମତି ରବ୍ଦ କରାଯାଇଛି । ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରିସ୍ଥିତି ପାଇଁ ବାରମ୍ବାର ପଠାଯାଇଥିବା ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ଦାୟୀ ହୋଇଥିବାରୁ ଏଥିରେ ସମ୍ପୃକ୍ତ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ କହିଛନ୍ତି ।
ମୁଖ୍ୟତଃ ମୁକ୍ତ ଉତ୍ତର କୋରିଆ ସଂଗ୍ରାମର ନେତୃତ୍ବ ନେଉଥିବା ବିଶ୍ବାସଘାତକଙ୍କ ଦଳଗୁଡିକ ଉପରେ ଏହି ପ୍ରତିବନ୍ଧକ ଲାଗୁ ହୋଇଥିବା ଜଣା ପଡିଛି । ଏହି ଗୋଷ୍ଠୀଗୁଡିକ ଦକ୍ଷିଣ କୋରିଆର କିଛି ସରକାରୀ ଭାବେ ପଞ୍ଜୀକୃତ ଗୋଷ୍ଠୀ ସହ ସଂଶ୍ଲିଷ୍ଟ ଥିବା ମଧ୍ୟ ଜଣା ପଡିଛି । ତେବେ ଏମାନଙ୍କ ପରିଚାଳନା ଅନୁମତି ରବ୍ଦ କରିବା ଦ୍ବାରା ଏମାନେ ଅନ୍ୟ ଗୋଷ୍ଠୀ ସହ ମିଶିପାରିବେ ନାହିଁ ଓ ବିବାଦ ସୃଷ୍ଟିକାରୀ କାର୍ଯ୍ୟକଳାପ କରିବା ପାଇଁ ଏମାନେ ଆର୍ଥିକ ସହାୟତା ମଧ୍ୟ ଯୋଗାଡ କରିପାରିବେ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଏହି କାର୍ଯ୍ୟକଳାପରେ ରୋକ ନଲାଗିଲେ ଆଗକୁ ପରିଣାମ ଆହୁରି ଭୟଙ୍କର ହେବ ବୋଲି ଉତ୍ତର କୋରିଆ ଧମକ ଦେଇ ଚାଲିଛି । ସେପଟେ ଗତ ମାସରେ କ୍ରୋଧର ବଶବର୍ତ୍ତୀ ହୋଇ କୈସଙ୍ଗସ୍ଥିତ ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଧ୍ବଂସ କରିସାରିଛି ଉତ୍ତର କୋରିଆ । ଯେଉଁଥିପାଇଁ କିମ ଜଙ୍ଗ ଉନଙ୍କ ଉଭଣୀ କିମ ୟୋ ଜଙ୍ଗ ଓ ସେନା ମୁଖ୍ୟଙ୍କ ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦକ୍ଷିଣ କୋରିଆ ।
@IANS