ETV Bharat / international

ୟୁରୋପିଆନ ୟୁନିଅନ ନେତାଙ୍କ ସହ ଭର୍ଚ୍ଚୁଆଲ ସମ୍ମିଳନୀରେ ମୁନଙ୍କ ଆଲୋଚନା - ଦକ୍ଷିଣ କୋରିଆର ଇୟୁ ସହ ଦ୍ବିପାକ୍ଷିକ ଆଲୋଚନା

ଉତ୍ତର-ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ କୋରୋନା ସଂକ୍ରମଣ ସ୍ଥିତିକୁ ନେଇ ଜୁନ 30ରେ ୟୁରୋପିଆନ ୟୁନିଅନ ନେତାଙ୍କ ସହ ଆଲୋଚନା କରିବେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜୈ-ଇନ ।

virtual discussion of S.korea and EU, Bilateral discussion on s korea and eu, ୟୁରୋପିଆନ ୟୁନିଅନ-ଦକ୍ଷିଣ କୋରିଆ ଆଲୋଚନା, ଦକ୍ଷିଣ କୋରିଆର ଇୟୁ ସହ ଦ୍ବିପାକ୍ଷିକ ଆଲୋଚନା, ଦକ୍ଷିଣ କୋରିଆ ଓ ଇୟୁ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ
ୟୁରୋପିଆନ ୟୁନିଅନ ନେତାଙ୍କ ସହ ଭର୍ଚ୍ଚୁଆଲ ସମ୍ମିଳନୀରେ ମୁନଙ୍କ ଆଲୋଚନା
author img

By

Published : Jun 19, 2020, 8:54 AM IST

ସିଓଲ: ଉତ୍ତର-ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ କୋରୋନା ସଂକ୍ରମଣ ସ୍ଥିତିକୁ ନେଇ ଜୁନ 30ରେ ୟୁରୋପିଆନ ୟୁନିଅନ ନେତାଙ୍କ ସହ ଆଲୋଚନା କରିବେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜୈ-ଇନ । ଏହା ଏକ ଭର୍ଚ୍ଚୁଆଲ ଆଲୋଚନା ହେବା ନେଇ ସ୍ପଷ୍ଟ ହୋଇଛି । ଏହି ଆଲୋଚନାରେ ୟୁରୋପିଆନ ୟୁନିଅନ ଅଧ୍ୟକ୍ଷ ଚାର୍ଲସ ମାଇକେଲ ଓ ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ ଦେର ଲେୟେନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନଙ୍କର ଚଳିତବର୍ଷ ଏହା ପ୍ରଥମ ଦ୍ବିପାକ୍ଷିକ ଆଲୋଚନା ହେବ । ପୂର୍ବରୁ ଏହା ଏକ ସାମ୍ନାସାମ୍ନି ଆଲୋଚନା ହେବାର ଯୋଜନା ରହିଥିବା ବେଳେ ସିଓଲରେ ଏହାର ଆୟୋଜନ ହୋଇଥାଆନ୍ତା । 2020ର ପ୍ରଥମାର୍ଦ୍ଧରେ ଏହି ଆଲୋଚନା ହୋଇଥାଆନ୍ତା । ହେଲେ କୋରୋନା ସଂକ୍ରମଣକୁ ନଜରରେ ରଖି ଏହି ଆଲୋଚନାକୁ ଭିଡିଓ କନଫରେନ୍ସ ଜରିଆରେ ପରିଚାଳିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏନେଇ ୟୁରୋପିଆନ ୟୁନିଅନର ଅନୁରୋଧ କ୍ରମେ ୟୋଜନାରେ ପରିବର୍ତ୍ତନ କରାଯାଇଥିଲା ।

ତେବେ ଏହି ଆଲୋଚନାରେ ଉଭୟ ରାଷ୍ଟ୍ରରେ କୋରୋନାର ପ୍ରଭାବ ଓ ନିରାକରଣ ଦିଗରେ ପଦକ୍ଷେପ ଉପରେ ଆଲୋଚନା କରାଯିବ । ଏହି ଆଲୋଚନାରେ ଉଭୟ ରାଷ୍ଟ୍ରର କୋରୋନା ମୁକାବିଲାରେ ମିଳିତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହେବ । ଏଥିସହ ଆର୍ଥିକ ବିନିଯୋଗ ଉପରେ ମଧ୍ୟ ଆଲୋଚନା ହେବାର ଯୋଜନା ରହିଛି । ସେପଟେ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତତାରେ ଦକ୍ଷିଣ କୋରିଆକୁ ୟୁରୋପିଆନ ୟୁନିଅନ ପ୍ରତିରକ୍ଷା କ୍ଷେତ୍ରରେ ସହାୟତା ଯୋଗାଇବ ବୋଲି ଆଶା ରହିଥିବା ମୁନ ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.