ETV Bharat / international

ଦକ୍ଷିଣ କୋରିଆ ସେନାରେ କିନ୍ନର ଯବାନଙ୍କୁ ନିଯୁକ୍ତି ମନା

author img

By

Published : Jul 5, 2020, 2:31 AM IST

22 ବର୍ଷୀୟ ବ୍ୟୁନ ହି ସୁଙ୍କ ଫେବୃଆରୀ ମାସରେ ଏକ ମେଡିକାଲ ଯାଞ୍ଚ ପରେ କାର୍ଯ୍ୟ ସାମିଲ ହେବାକୁ ଦିଆଯାଇନଥିଲା । ସେ ସେନାରେ କାର୍ଯ୍ୟ ଜାରି ରଖିବା ପାଇଁ ଅକ୍ଷମ ଥିବା ରିପୋର୍ଟରେ ପ୍ରକାଶ କରିବା ପରେ ତାଙ୍କୁ ଜବରଦସ୍ତି ଛୁଟିରେ ପଠାଯାଇଥିଲା । ପରେ ସେ ଯେବେ ପୁନଃନିଯୁକ୍ତି ପାଇଁ ଅନୁମତି ମାଗିଥିଲେ ସେହି ସମୟରେ ତାଙ୍କ ନିବେଦନକୁ ସେନା ଖାରଜ କରିଥିଲା ।

transgender soldier in s.korea army, south korea army, south korea latest news, ଦକ୍ଷିଣ କୋରିଆ ସେନାରେ କିନ୍ନର ଜବାନ, ଦକ୍ଷିଣ କୋରିଆ ସେନା, ଦକ୍ଷିଣ କୋରିଆ ଲାଟେଷ୍ଟ ନ୍ୟୁଜ୍‌
ଦକ୍ଷିଣ କୋରିଆ ସେନାରେ ପୁନଃସ୍ଥାପନ ପାଇଁ କିନ୍ନର ଜବାନଙ୍କୁ ମନା

ସିଓଲ: ଦକ୍ଷିଣ କୋରିଆରେ ଜନୈକ କିନ୍ନର ଯବାନଙ୍କ ପୁନଃନିଯୁକ୍ତି ପ୍ରକ୍ରିୟାକୁ ସେନା ବାରଣ କରିଥିବା ଜଣାପଡିଛି । ସମ୍ପୃକ୍ତ ଯବାନ ଜଣଙ୍କୁ ପୁନଃ ଲିଙ୍ଗ ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଜୋର ଜବରଦସ୍ତି ଛୁଟିରେ ପଠାଯାଇଥିଲା । ଏହାପରେ ସେ ପୁନଃନିଯୁକ୍ତି ପାଇଁ ଅନୁମତି ମାଗିଥିବା ବେଳେ ଏହାକୁ ସେନା ଖାରଜ କରିଥିବା ଜଣା ପଡିଛି ।

ସୂଚନା ମୁତାବକ,22 ବର୍ଷୀୟ ବ୍ୟୁନ ହି ସୁଙ୍କ ଫେବୃଆରୀ ମାସରେ ଏକ ମେଡିକାଲ ଯାଞ୍ଚ ପରେ କାର୍ଯ୍ୟ ସାମିଲ ହେବାକୁ ଦିଆଯାଇନଥିଲା । ସେ ସେନାରେ କାର୍ଯ୍ୟ ଜାରି ରଖିବା ପାଇଁ ଅକ୍ଷମ ଥିବା ରିପୋର୍ଟରେ ପ୍ରକାଶ କରିବା ପରେ ତାଙ୍କୁ ଜବରଦସ୍ତି ଛୁଟିରେ ପଠାଯାଇଥିଲା । ପରେ ସେ ଯେବେ ପୁନଃସ୍ଥାପନା ପାଇଁ ଅନୁମତି ମାଗିଥିଲେ ସେହି ସମୟରେ ତାଙ୍କ ନିବେଦନକୁ ସେନା ଖାରଜ କରିଥିଲା ।

ବ୍ୟୁନ ଥାଇଲାଣ୍ଡରେ ଗତବର୍ଷ ଲିଙ୍ଗ ପରିବର୍ତ୍ତନ ପାଇଁ ଏକ ସର୍ଜରୀ କରାଇଥିଲେ । ଯେଉଁଥିରେ ସେ କିନ୍ନରରୁ ନିଜକୁ ମହିଳାରେ ପରିଣତ କରିଥିଲେ । ଏହି ସର୍ଜରୀ ପରେ ସେ ଦକ୍ଷିଣ କୋରିଆ ସେନାରେ ଜଣେ ମହିଳା ଭାବେ ସେବା ଯୋଗାଇବା ପାଇଁ ସ୍ଥିର କରିଥିଲେ । ଯାହା ପରେ ତାଙ୍କୁ ତତକାଳୀନ ମିଲିଟାରୀ ପରିଚାଳନା ଆଇନ ଅନୁଯାୟୀ ଅକ୍ଷମ ଘୋଷଣା କରାଯାଇ ଛୁଟିରେ ପଠାଯାଇଥିଲା । ତେହେ ଏହି ନିଷ୍ପତ୍ତିକୁ ବିରୋଧ କରି ବ୍ୟୁନ ଚଳିତ ମିଲିଟାରୀ ପରିଚାଳନା କମିଟିରେ ଏକ ପିଟିସନ ଦାଖଲ କରିଥିଲେ । ଆଶ୍ଚର୍ଯ୍ୟକର ଭାବେ ଚଳିତ କମିଟି ମଧ୍ୟ ବ୍ୟୁନଙ୍କ ଅଭିଯୋଗକୁ ଖାରଜ କରିବା ସହ ତାଙ୍କ ପ୍ରତି ନିଆଯାଇଥିବା ନିଷ୍ପତ୍ତିକୁ ଆଇନସଙ୍ଗତ ବୋଲି ପ୍ରକାଶ କରିଛି । ତେବେ ଏହି ମାମଲା ଖାରଜ ହେବା ବ୍ୟୁନ କୋର୍ଟର ଦ୍ବାରସ୍ଥ ହେବା ପାଇଁ ସ୍ଥିର କରିଛନ୍ତି । ତେଣେ ଦକ୍ଷିଣ କୋରିଆ ସେନାରେ ବ୍ୟୁନ ପ୍ରଥମ ଅଧିକାରୀ ଭାବେ ଲିଙ୍ଗ ପରିବର୍ତ୍ତନ କରାଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.