ETV Bharat / international

କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ସିନ୍ଧରେ ଲକ୍ଷେ ମୁହାଁ ପଜିଟିଭ

ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ରବିବାରଠାରୁ ମାଲ ପରିବହନ ପାଇଁ ଇରାନ ସହ 4ଟି ବର୍ଡର ଚେକପଏଣ୍ଟ ପୁଣିଥରେ ଖୋଲାଯିବ । ପୂର୍ବରୁ ଏହାକୁ କୋରୋନା ଯୋଗୁଁ ବନ୍ଦ କରାଯାଇଥିଲା । ଅଧିକ ପଢନ୍ତୁ...

କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ସିନ୍ଧରେ ଲକ୍ଷେ ମୁହାଁ ପଜିଟିଭ
କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ସିନ୍ଧରେ ଲକ୍ଷେ ମୁହାଁ ପଜିଟିଭ
author img

By

Published : Jul 4, 2020, 10:04 PM IST

ଇସଲାମାବାଦ: ପାକିସ୍ତାନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟୁଛି । ପୂର୍ବରୁ 4 କିମ୍ବା 5 ହଜାର ଉପରେ ରହୁଥିବା ପଜିଟିଭ ସଂଖ୍ୟା କମିବାରେ ଲାଗିଛି । ହେଲେ କମିବା ସତ୍ତ୍ବେ ସିନ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି ।

ଗତ 24 ଘଣ୍ଟାରେ ଦେଶରେ 3387 ନୂଆ ମାମଲା ସାମନାକୁ ଆସିଛି । ଏହାସହ 68 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ପାକିସ୍ତାନରେ ମୋଟ୍ 2 ଲକ୍ଷ 25 ହଜାର 283 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍ କୋରୋନାଜନିତ ମୃତ୍ୟୁସଂଖ୍ୟା 4619 ରହିଛି । ସିନ୍ଧରେ ସର୍ବାଧିକ 90 ହଜାର 721 ମାମଲା ସ୍ପଷ୍ଟ ହୋଇଛି । ଏହାପରେ ପଞ୍ଜାବରେ 80 ହଜାର 297 କେସ ରହିଛି । ତେବେ ଗତ 24 ଘଣ୍ଟାରେ 11 ହଜାର 469 କୋଭିଡ 19 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଯାଏଁ ଦେଶରେ ମୋଟ୍ 1 ଲକ୍ଷ 25 ହଜାର 94 ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

ଏବେ ବି ପାକିସ୍ତାନରେ 2460 କୋରୋନା ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଅଛନ୍ତି । ଶନିବାର 22 ହଜାର 50ଟି ସାମ୍ପଲ ପରୀକ୍ଷାର ରିପୋର୍ଟ ଆସିଛି । ଏପର୍ଯ୍ୟନ୍ତ 13 ଲକ୍ଷ 72 ହଜାର 825 ଟେଷ୍ଟ ହୋଇଥିବା ସୂଚନା ରହିଛି । ତେବେ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ରବିବାରଠାରୁ ମାଲ ପରିବହନ ପାଇଁ ଇରାନ ସହ 4ଟି ବର୍ଡର ଚେକପଏଣ୍ଟ ପୁଣିଥରେ ଖୋଲାଯିବ । ପୂର୍ବରୁ ଏହାକୁ କୋରୋନା ଯୋଗୁଁ ବନ୍ଦ କରାଯାଇଥିଲା । ଏଗୁଡିକ ହେଲା ଗବଡ, ମଣ୍ଡ, କଟାଗର ଏବଂ ଛେଡଗି । ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିବାବେଳେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଯୋଜନା ମନ୍ତ୍ରୀ ଅସଦ ଉମର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.