ETV Bharat / international

ଲକ ଡାଉନରେ ସାଇକେଲିଂ କରି ଟ୍ରୋଲ ହେଲେ ସୋଏବ ଅଖତର - pak boller

ଲକ ଡାଉନରେ ସାଇକେଲିଂ କରି ଟ୍ରୋଲ ହେଲେ ସୋଏବ ଅଖତର । ଏପରି ବ୍ୟବହାରରେ ଅସନ୍ତୁଷ୍ଟ ହେଲେ ଫ୍ୟାନ । ଅଧିକ ପଢନ୍ତୁ...

Shoaib Akhtar Trolled For Cycling  In Islamabad Amid Lockdown
ଲକ ଡାଉନରେ ସାଇକେଲିଂ କରି ଟ୍ରୋଲ ହେଲେ ସୋଏବ ଅଖତର
author img

By

Published : Apr 13, 2020, 7:40 AM IST

ଇସଲାମାବାଦ: ମହାମାରୀ କୋରୋନା ପାଇଁ ସାରା ବିଶ୍ବରେ ସ୍ଥିତି ଗମ୍ଭୀର । ଏହି ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ସରକାର ଦେଉଛନ୍ତି ନିର୍ଦ୍ଦେଶ । ପ୍ରାୟ ଦେଶରେ ରହିଛି ଲକ ଡାଉନ । ତେବେ ଏହି ଲକ ଡାଉନ ସମୟରେ ସାଇକେଲିଂ କରି ଟ୍ରୋଲ ହୋଇଛନ୍ତି ପୂର୍ବତନ କ୍ରିକେଟର ବୋଲର ସୋଏବ ଅଖତର ।

ପାକିସ୍ତାନୀ ପେସ ବୋଲର ସୋଏବ ଇସଲାମାବାଦ ରାସ୍ତାରେ ସାଇକେଲ ଚଳାଉଥିବାର ଏକ ଭିଡିଓ ନିଜ ଫେସବୁକ ପେଜରେ ସେୟାର କରିଥିଲେ । "ମୋ ସୁନ୍ଦର ସହରରେ ସାଇକେଲ ଚଲାଇବା। ସୁନ୍ଦର ପାଗ। ଖାଲି ରାସ୍ତା। ସବୁଠୁ ଭଲ ୱାର୍କଆଉଟ ବୋଲି କ୍ୟାପସନ ଲେଖିଥିଲେ ସୋଏବ । କିନ୍ତୁ ଏପ୍ରିଲ୍ 14 ପର୍ଯ୍ୟନ୍ତ ପାକିସ୍ତାନରେ ଲାଗୁ ହୋଇଛି ଆଂଶିକ ଲକ ଡାଉନ । ଏଭଳି ସ୍ଥିତିରେ ସୋଏବଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ନାହାଁନ୍ତି ପ୍ରଂଶସକ ।

ଏଭଳି ସ୍ଥିତିରେ ବାହାରକୁ ଯିବା ଠିକ ନୁହେଁ, ଘରେ ସୁରକ୍ଷିତ ଏବଂ ସୁସ୍ଥ ରହିବା ପାଇଁ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି । ଅନ୍ୟ ଜଣେ ୟୁଜରର ରାଗିଯାଇ ମନ୍ତବ୍ୟ ଦେଇଛନ୍ତି ଯେ, ସେଲିବ୍ରିଟିମାନେ ସାଧାରଣ ଲୋକଙ୍କୁ କୋଭିଡ୍- 19 ବିଷୟରେ ସଚେତନ କରାଉଛନ୍ତି । କିନ୍ତୁ ଏହି ସମୟରେ ସୋଏବ ଏଭଳି ନିର୍ବୋଧ କାର୍ଯ୍ୟ କରୁଛନ୍ତି । ଏହାସହ ସୋସିଆଲ ମିଡିଆରେ ଏହାକୁ ସାର୍ବଜନୀନ ମଧ୍ୟ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.