ETV Bharat / international

ସ୍ବାଧୀନତା ଦିବସରେ ଗର୍ଜିଲା ବନ୍ଧୁକ, ତାଲିବାନୀଙ୍କ ଗୁଳିରେ ରକ୍ତରଞ୍ଜିତ ଆଫଗାନ ମାଟି - ଆଫଗାନିସ୍ତାନ ସ୍ବାଧିନତା ଦିବସ

କୃରତାର ସହଚର ତାଲିବାନ ଆତଙ୍କୀଙ୍କ ଗୁଳି ମାଡରେ ଥରି ଉଠିଛି ଦେଶ । ରକ୍ତମୁଖା ତାଲିବାନୀଙ୍କ ବନ୍ଧୁକ ଗୁଳିରେ ଅନେକ ଲୋକଙ୍କ ପ୍ରାଣ ଯାଇଛି । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସରେ ଗର୍ଜିଲା ବନ୍ଧୁକ, ତାଲିବାନୀଙ୍କ ଗୁଳିରେ ରକ୍ତରଞ୍ଜିତ ଆଫଗାନ ମାଟି

author img

By

Published : Aug 19, 2021, 5:51 PM IST

କାବୁଲ: ତାଲିବାନୀ ଶାସନରେ ଜନସାଧାରଣଙ୍କ ସ୍ବତନ୍ତ୍ରତାକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରୁଛି ଆଫଗାନିସ୍ତାନ । ହେଲେ ଚାରିଆଡେ ଗର୍ଜି ଉଠୁଛି ବନ୍ଧୁକ । କୃରତାର ସହଚର ତାଲିବାନ ଆତଙ୍କୀଙ୍କ ଗୁଳି ମାଡରେ ଥରି ଉଠିଛି ଦେଶ । ଆଉ ରକ୍ତରେ ଭିଜୁଛି ଆଫଗାନ ମାଟି ।

ସ୍ବାଧୀନତା ଦିବସ ଅବସରରେ ରାଜଧାନୀ କାବୁଲ ସମେତ ବିଭିନ୍ନ ସହରରେ ଆଫଗାନିସ୍ତାନ ପତାକା ନେଇ ତାଲିବାନ ବିରୋଧରେ ପ୍ରଦର୍ଶନ କରୁଥିଲେ ସାଧାରଣ ଲୋକେ । ଏଥିରେ ବିଚଳିତ ତାଲିବାନ ଆତଙ୍କୀ ଭିଡ ଉପରକୁ ଚଳାଇଥିଲେ ଆଖିବୁଜା ଗୁଳି । ରକ୍ତମୁଖା ତାଲିବାନୀଙ୍କ ବନ୍ଧୁକ ଗୁଳିରେ ଅନେକ ଲୋକଙ୍କ ପ୍ରାଣ ଯାଇଛି ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ମହିଳା ଓ ପୁରୁଷ କାବୁଲରେ କଳା, ସବୁଜ ଓ ଲାଲ ରଙ୍ଗର ଆଫଗାନିସ୍ତାନ ପତାକା ଧରି ରାସ୍ତାକୁ ଓହ୍ଲାଇଥିଲେ । କୁନାର ରାଜ୍ୟର ରାଜଧାନୀ ଅସାଦାବାଦରେ ରାଲି ସମୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କେତେକଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଥିବାବେଳେ ଆଉ କିଛିଜଣଙ୍କର ଦଳାଚକଟା ଯୋଗୁଁ ଜୀବନ ଯାଇଛି ।

ତାଲିବାନ ବିରୁଦ୍ଧରେ ଜାଲାଲାବାଦ ଏବଂ ପକଟିୟା ସହରର ଲୋକମାନେ ମଧ୍ୟ ରାସ୍ତାକୁ ବାହାରିଥିଲେ । ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ବୁଧବାର ଜାଲାଲାବାଦରେ ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରି ତାଲିବାନ ପତାକା କାଢି ଫିଙ୍ଗିଦେଇଥିଲେ। ଏହି ସମୟରେ ତାଲିବାନୀଙ୍କ ଗୁଳିରେ ୩ ଜଣ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.