ETV Bharat / international

ପାକିସ୍ତାନର ବରିଷ୍ଠ ମନ୍ତ୍ରୀ କୋରୋନା ସଂକ୍ରମିତ

author img

By

Published : May 31, 2020, 5:31 PM IST

ପାକିସ୍ତାନର ରାଜ୍ୟ ତଥା ସୀମାନ୍ତ ଅଞ୍ଚଳ ଏବଂ ଅବକାରୀ ନିୟନ୍ତ୍ରଣ ମନ୍ତ୍ରୀ ଶେହେରୟାର ଆଫ୍ରିଦିଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜେଟିଭ ରହିଛି । ମନ୍ତ୍ରୀ କୋରୋନା ଆକ୍ରାନ୍ତ ରହିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

Pak government minister
Pak government minister

ଇସଲାମାବାଦ: ପାକିସ୍ତାନ ମନ୍ତ୍ରୀ କୋରୋନା ସଂକ୍ରମିତ । ପାକିସ୍ତାନର ରାଜ୍ୟ ତଥା ସୀମାନ୍ତ ଅଞ୍ଚଳ ଏବଂ ଅବକାରୀ ନିୟନ୍ତ୍ରଣ ମନ୍ତ୍ରୀ ଶେହେରୟାର ଆଫ୍ରିଦିଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜେଟିଭ ରହିଛି । ମନ୍ତ୍ରୀ କୋରୋନା ଆକ୍ରାନ୍ତ ରହିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଶନିବାର ଟ୍ବିଟରେ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ କୋଭିଡ ରିପୋର୍ଟ ପଜେଟିଭ ରହିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜକୁ ଆଇସୋଲେଟେଡ କରିବା କଥା କହିଛନ୍ତି ।

ସିନ୍ଧ ରାଜ୍ୟପାଳ ଇମ୍ରାନ ଇସମାଇଲ ଏବଂ ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଆସାଦ କ୍ୟୁସେର କୋରୋନା ସଂକ୍ରମିତ ହେବାର ସପ୍ତାହେ ପରେ ପାକିସ୍ତାନର ବରିଷ୍ଠ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି ।

ବର୍ତ୍ତମାନ ସିନ୍ଧ ରାଜ୍ୟପାଳ ଓ ବାଚସ୍ପତି ଉଭୟ ସୁସ୍ଥ ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ 68,554 ଜଣ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏହାସହ ଦେଶରେ 1,447 ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.