ETV Bharat / international

ତାଲିବାନର ଦରଦୀ ପାକିସ୍ତାନକୁ ବଡ ଝଟକା, ରଦ୍ଦ ହେଲା SAARC ବୈଠକ - ପାକିସ୍ତାନ ଦାବି

ତାଲିବାନ ପାଇଁ ଦରଦୀ ସାଜିଥିବା ପାକିସ୍ତାନକୁ ବଡ ଝଟକା । ଆସନ୍ତା ୨୫ ତାରିଖରେ ହେବାକୁ ଥିବା SAARC ବୈଠକରେ ତାଲିବାନକୁ ସାମିଲ ପାଇଁ ପାକ୍ ଦାବି କରୁଥିବାବେଳେ ରଦ୍ଦ ହେଲା ବୈଠକ । ଅଧିକ ପଢନ୍ତୁ...

ତାଲିବାନର ଦରଦୀ ପାକିସ୍ତାନକୁ ବଡ ଝଟକା, ରଦ୍ଦ ହେଲା SAARC ବୈଠକ

author img

By

Published : Sep 22, 2021, 7:24 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶାସନର ମଙ୍ଗ ଧରିଛି ତାଲିବାନ । ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅଧିକୃତ କରିବା ପରେ ତାଲିବାନୀ କାବୁଲରେ ପହଞ୍ଚି ସମଗ୍ର ରାଷ୍ଟ୍ରକୁ କବଜା କରିଛି । ଯେଉଁ କାରଣରୁ ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଅଶରଫ ଘନି । ତାଲିବାନର କବଜା ପରେ ବିଶ୍ବ ସମୁଦାୟ ତା'ର ଆତଙ୍କରାଜକୁ ନେଇ ଚିନ୍ତା ପ୍ରକଟ କରିବା ସହ wait and watch ନୀତି ଆପଣାଇଛନ୍ତି । ହେଲେ ଚୀନ ଏବଂ ପାକିସ୍ତାନ ଭଳି ରାଷ୍ଟ୍ର ତାଲିବାନ ସରକାରକୁ ମାନ୍ୟତା ଦେଇଛନ୍ତି ।

ଏପରି ଲାଗୁଛି କି ତାଲିବାନକୁ ସମଗ୍ର ବିଶ୍ବରେ ମାନ୍ୟତା ଦେବାକୁ ଠିକା ନେଇଛି ଦରଦୀ ପାକିସ୍ତାନ । ତାଲିବାନ ସତ୍ତାରେ ରହିବା ମାତ୍ରେ ତା' ସପକ୍ଷରେ ସମର୍ଥନ ଜୁଟାଇବାକୁ ପାକ୍ ବୈଦେଶିକ ମନ୍ତ୍ରୀ ବିଦେଶ ଭ୍ରମଣରେ ବାହାରିଥିଲେ । ତେବେ ତାଲିବାନକୁ ନେଇ ପାକର ପ୍ରୟାସକୁ ବଡ ଝଟକା ଲାଗିଛି । କାରଣ ଆସନ୍ତା ୨୫ ତାରିଖରେ ଆମେରିକାର ନ୍ୟୁୟର୍କରେ ହେବାକୁ ଥିବା SAARC ବୈଠକ ରଦ୍ଦ ହୋଇଯାଇଛି । ଯେଉଁଥିରେ ପାକିସ୍ତାନ ତାଲିବାନକୁ ସାମିଲ ପାଇଁ ଦାବି କରିଥିଲା ।

ବୈଠକରେ ତାଲିବାନର ଅଂଶଗ୍ରହଣକୁ SAARCର ଅନେକ ଦେଶ ବିରୋଧ କରୁଥିଲେ । ଯେତେବେଳେ SAARCରେ ସାମିଲ ଅନେକ ଦେଶ ପାକର ଦାବିକୁ ମାନିବାକୁ ପ୍ରସ୍ତୁତ ନଥିଲେ ସେହି ସମୟରେ ତାଲିବାନ ସରକାରର ବୈଦେଶିକ ମନ୍ତ୍ରୀଙ୍କୁ ସାର୍କ ବୈଠକରେ ସାମିଲ କରିବା ନେଇ ନୂଆ ଦାବି ଉପସ୍ଥାପନ କରିଗଲା ।

ଏହାପରେ ପାକିସ୍ତାନ ସର୍ତ୍ତ ରଖିଥିଲା କି ଅଫାଗାନିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଅର୍ଥାତ୍ ଅଶରଫ ଘନି ସରକାରର ବୈଦେଶିକ ମନ୍ତ୍ରୀଙ୍କୁ କୌଣସି ପରିସ୍ଥିତିରେ ବୈଠକରେ ସାମିଲ ପାଇଁ ଅନୁମତି ଦିଆନଯାଉ । ଅଧିକାଂଶ ସାର୍କ ଦେଶ ପାକିସ୍ତାନର ଏହି ସର୍ତ୍ତ ପ୍ରତି ଅସହମତି ପ୍ରକାଶ କରିଥିଲେ । ଶେଷରେ ୨୫ ସେପ୍ଟେମ୍ବରରେ ହେବାକୁ ଥିବା ସାର୍କ ବୈଠକକୁ ରଦ୍ଦ କରିଦିଆଯାଇଛି । ବୈଠକ ବନ୍ଦ ହେବା ଏବଂ ଦାବିକୁ ଏପରି ଅନେକ ରାଷ୍ଟ୍ର ବିରୋଧ କରିବା ପାକିସ୍ତାନକୁ ବଡ ଝଟକା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.