ETV Bharat / international

ରୁଷରେ ବଢୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 1000 ପଜିଟିଭ

ଗତ 24 ଘଣ୍ଟା ମଧ୍ୟରେ ରୁଷର କୋରୋନା ଭାଇରସ୍ ମାମଲା 6,343 କୁ ବୃଦ୍ଧି ପାଇଛି । ଦେଶରେ ଗୋଟିଏ ଦିନରେ 954 ରେକର୍ଡ ବୃଦ୍ଧି ପାଇଛି ବୋଲି ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୋମବାର କହିଛି। ଅଧିକ ପଢନ୍ତୁ..

coronavirus
coronavirus
author img

By

Published : Apr 6, 2020, 7:51 PM IST

ମସ୍କୋ: କୋରୋନା ବିଭୀଷିକାରେ ବିଶ୍ବବାସୀ ଭୟରେ ଆକ୍ରାନ୍ତ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମାନ କୋରୋନା ଆଗରେ ଲାଚାର । ଚୀନ, ଆମେରିକା ପରେ ଏବେ ରୁଷରେ କୋରୋନା ଉଗ୍ରତା ଦେଖିବାକୁ ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ ରୁଷର କୋରୋନାଭାଇରସ୍ ମାମଲା 6,343 କୁ ବୃଦ୍ଧି ପାଇଛି । ଦେଶରେ ଗୋଟିଏ ଦିନରେ 954 ରେକର୍ଡ ବୃଦ୍ଧି ପାଇଛି ବୋଲି ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୋମବାର କହିଛି।

କୋରୋନା ପଜେଟିଭ ମାମଲା ବ୍ୟାପକ ଭାବେ ରେକର୍ଡ କରାଯାଇଛି । ମସ୍କୋ 591 ଟି ନୂଆ ମାମଲା ସହିତ କୋରୋନା ହଟସ୍ପଟ ପାଲଟିଛି ବୋଲି କେନ୍ଦ୍ର କହିଛି । ସମଗ୍ର ଦେଶରେ 47 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଦେଶ କ୍ରମେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ମସ୍କୋରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.