ETV Bharat / international

ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ରକେଟ ମାଡ, କ୍ଷୟକ୍ଷତିର ନାହିଁ ସୂଚନା - ଆମେରିକୀୟ ଏୟାରବେସରେ ରକେଟ ମାଡ

ଗୁରୁବାର ସକାଳେ ବାଗ୍ରାମ ନିକଟସ୍ଥ କାରାବାସରୁ କଏଦୀଙ୍କୁ ମୁକ୍ତ କରାଯିବା ସମୟରେ ସ୍ଥାନୀୟ ଆମେରିକୀୟ ଏୟାରବେସରେ ଏହି 5ଟି ରକେଟ ମାଡ ହୋଇଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ଜଣାପଡିଛି ।

rocket strike at american air base, rocket strike in afghanistan, us-taliban peace deal, ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ରକେଟ ମାଡ, ଆମେରିକୀୟ ଏୟାରବେସରେ ରକେଟ ମାଡ, ୟୁଏସ-ତାଲିବାନ ଶାନ୍ତି ଚୁକ୍ତି
ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ରକେଟ ମାଡ, କ୍ଷୟକ୍ଷତିର ନାହିଁ ସୂଚନା
author img

By

Published : Apr 9, 2020, 9:53 PM IST

କାବୁଲ: ବିଶ୍ବରେ କୋରୋନା ଚିନ୍ତା ଚାଲିଥିବା ବେଳେ ସେପଟେ ଥମୁନି ଆତଙ୍କୀ ଆକ୍ରମଣ । ଗୁରୁବାର ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ମାଡ ହୋଇଛି 5ଟି ରକେଟ । ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ଜଣାପଡିଛି । ଅନ୍ୟପଟେ ଏହା ପଛରେ କିଏ ଦାୟୀ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଗୁରୁବାର ସକାଳେ ବାଗ୍ରାମ ନିକଟସ୍ଥ କାରାବାସରୁ କଏଦୀଙ୍କୁ ମୁକ୍ତ କରାଯିବା ସମୟରେ ସ୍ଥାନୀୟ ଆମେରିକୀୟ ଏୟାରବେସରେ ଏହି 5ଟି ରକେଟ ମାଡ ହୋଇଥିଲା । ସେପଟେ ଆମେରିକା ଓ ତାଲିବାନୀ ଶାନ୍ତି ଚୁକ୍ତି ଆଧାରରେ କଏଦୀମାନଙ୍କୁ ଏକ ଗୁପ୍ତ ବିଲ୍ଡିଂକୁ ନିଆଯାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଇଛି। ଆଫଗାନିସ୍ତାନରେ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ଯାଇ ଏହି କଏଦୀମାନଙ୍କୁ ଖଲାସ କରାଯାଉଥିଲା ।

ଘଟଣାର ଛାନଭିନ ପରେ ଜଣାପଡିଛି କି ନିକଟସ୍ଥ ଗାଁରେ ଏକ ମୋଟରଯାନରୁ ଏହି ରକେଟ ମାଡ ହୋଇଥିଲା । ସେପଟେ ସ୍ବାକ୍ଷରିତ ଚୁକ୍ତି ମୁତାବକ 5000 ତାଲିବାନି କଏଦୀଙ୍କ ମୁକ୍ତି ବଦଳରେ 1000 ଆଫଗାନୀ ସୁରକ୍ଷାକର୍ମୀଙ୍କୁ ମୁକ୍ତ କରାଯିବ । ଏହି ଆଧାରରେ ବୁଧବାର ହାର୍ଡଲାଇନ ଇସଲାମିଷ୍ଟ ଦଳର 100 କଏଦୀଙ୍କୁ ଏହି ବାଗ୍ରାମ ନିକଟସ୍ଥ କାରାଗାରରୁ ମୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.