ଇସଲାମାବାଦ: ନିକଟରେ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲା ପାକିସ୍ତାନ । ବିଶେଷ କରି ପାକ୍ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟରୁ ମୋଦିଙ୍କୁ ସିଧାସଳଖ ଟାର୍ଗେଟ ଲଗାଯାଇଥିଲା । କାଶ୍ମୀରକୁ ଭାରତର ବେଆଇନ ଅଂଶ ଭାବେ ଏଥିରେ ବର୍ଣ୍ଣନା କରାଯାଇଛି ।
ତେବେ ବୁଧବାର କରାଯାଇଥିବା ଏହି ଟ୍ବିଟ ଉପରେ ଏବେ ପ୍ରଶ୍ନ ଉଠିଛି । ଏହାର ବୈଧତା ନେଇ କିଛି ବିଶେଷଜ୍ଞ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ଏହି ଟ୍ବିଟ କରାଯାଇଥିବା ସମୟ ରାତି 8ଟା ପରେ ରହିଛି । ଏହାସହ ରାତି ସାରା ଆକାଉଣ୍ଟରୁ ମେସେଜ ଆସିବାରେ ଲାଗିଥିଲା । ତେବେ ପ୍ରଶ୍ନ ଉଠୁଛି ଯେ ସାଧାରଣତଃ ଇମ୍ରାନ ଖାନଙ୍କ ଆକାଉଣ୍ଟ ରାତି 8ଟାରେ ବନ୍ଦ ହୋଇଯାଏ । ଏହାପରେ ସେ ଏଥିରେ ପ୍ରାୟ ଆକ୍ଟିଭ ରହନ୍ତି ନାହିଁ ।
ଅଫିସ ସମୟ ରାତି 8ଟା ପରେ ମଧ୍ୟ ଟ୍ବିଟରର ଆକ୍ଟିଭ ରହିବା ନେଇ କିଛି ଲୋକ ଇମ୍ରାନଙ୍କ ଆକାଉଣ୍ଟ ଆଉ କିଏ ଚଲାଉଥିବାର ଅଭିଯୋଗ କରିଛନ୍ତି । ରାତି ସାରା ଆକାଉଣ୍ଟରୁ ମେସେଜ ଇମ୍ରାନ ନୁହେଁ କୌଣସି ବିଶେଷଜ୍ଞ କରୁଥିଲେ ବୋଲି ସନ୍ଦେହ କରାଯାଉଛି । କାରଣ ଯେଉଁଭଳି ଭାବେ ତଥ୍ୟ ଉପସ୍ଥାପନା କରି ଏହି ମେସେଜ ସବୁ ଆସୁଥିଲା ତାହା ଇମ୍ରାନଙ୍କର ନୁହେଁ ବୋଲି ଆଶା କରାଯାଉଛି । ଟ୍ବିଟରରେ ଇମ୍ରାନଙ୍କର 11.7 ମିଲିୟନ ଫଲୋୟର୍ସ ଅଛନ୍ତି । ସେମାନେ ମଧ୍ୟ ଏହି ସମୟରେ ଆକ୍ଟିଭ ରହିଥିଲେ ।