ETV Bharat / international

ପାକିସ୍ତାନରେ ପୋଲିସର ବର୍ବରତା ବିରୋଧରେ ବିକ୍ଷୋଭ - ପାକିସ୍ତାନରେ ପୋଲିସର ବର୍ବରତା ବିରୋଧରେ ବିକ୍ଷୋଭ

ପାକିସ୍ତାନ ପୋଲିସ ବିରୋଧରେ ତାତିଛନ୍ତି ଜନତା । ଜଣେ ଆଫଗାନ ନାଗରିକଙ୍କୁ ଅତ୍ୟାଚାର କରିବା ପ୍ରତିବାଦରେ ସେଠାରେ ବିକ୍ଷୋଭ ଜୋରଦାର ହୋଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ପୋଲିସର ବର୍ବରତା ବିରୋଧରେ ବିକ୍ଷୋଭ

author img

By

Published : Jun 27, 2020, 5:19 PM IST

ପେଶାୱାର: ପାକିସ୍ତାନ ପୋଲିସ ବିରୋଧରେ ତାତିଛନ୍ତି ଜନତା । ଜଣେ ଆଫଗାନ ନାଗରିକଙ୍କୁ ଅତ୍ୟାଚାର କରିବା ପ୍ରତିବାଦରେ ସେଠାରେ ବିକ୍ଷୋଭ ଜୋରଦାର ହୋଇଛି । ଶୁକ୍ରବାର ପେଶାୱାରରେ ଲୋକେ ଏକାଠି ହୋଇ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପ୍ରକାଶ ଥାଉ କି ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଜଣେ ଆଫଗାନିସ୍ତାନ ନାଗରିକଙ୍କୁ ଖାଏବର ପଙ୍ଖତ୍ବା ପୋଲିସ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ଏହାର ଭିଡିଓ ବନାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହେବା ସହ ଶୁକ୍ରବାର ପୋଲିସକୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ତେହକାଲ ପୋଲିସ ଷ୍ଟେସନ ବାହାରେ ଏକାଠି ହୋଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ସେହିପରି ଟେକା ପଥର ଫିଙ୍ଗି ସିସିଟିଭି ଭାଙ୍ଗିଦେବା ସହ ଗୋଟିଏ ଗାଡି ଜଳାଇ ଦେଇଥିଲେ । ଲଗାତାର ଦୁଇ ଦିନ ଧରି ପୋଲିସ ବିରୋଧରେ ପେଶାୱାରରେ ବିକ୍ଷୋଭ ଓ ପୋଡାଜଳା ଜାରି ରହିଥିଲା ।

ତେବେ ପୋଲିସ ପକ୍ଷରୁ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଟିୟର ଗ୍ୟାସ ମାଡ ହୋଇଥିଲା । ଏହାସହ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ କିଛି ଯୁବକ ଆଇନକାନୁନ ବିଗାଡିବାର ଉଦ୍ୟମ କରୁଥିଲେ ବୋଲି ପୋଲିସ ପ୍ରକାଶ କରିଛି । ପୋଲିସର ଟିୟର ଗ୍ୟାସ ମାଡରେ କିଛି ଲୋକ ନିଜ ଆଖି ଓ ମୁହଁ ଧୋଉଥିବାର ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ଲୋକଙ୍କୁ ପ୍ରଦେଶର ବିଧାନସଭା କୋଠା ବାହାରେ ବିକ୍ଷୋଭ କରୁଥିବାର ଦେଖାଯାଇଥିଲା । ସେଠାରେ ମଧ୍ୟ ପୋଲିସ ଟିୟର ଗ୍ୟାସ ମାଡ କରିଥିଲା ଯାହାକୁ ବିରୋଧ କରି କିଛି ଯୁବକ କହିଥିଲେ ଯେ ନ୍ୟାୟ ପାଇଁ ଆନ୍ଦୋଳନ କରୁଥିବାବେଳେ ପୋଲିସ ବଳପୂର୍ବକ ଆମକୁ ଘଉଡାଇବାର ଉଦ୍ୟମ କରୁଛି ।

ଉଲ୍ଲେଖଯୋଗ୍ୟ ଯେ ପେଶାୱାରର ତେହକାଲ ଅଞ୍ଚଳରେ ରହୁଥିବା ଜଣେ 30 ବର୍ଷିୟ ଆଫଗାନ୍ ନାଗରିକଙ୍କୁ 3 ଜଣ ପୋଲିସ ଉଲଗ୍ନ କରିବା ସହ ଏହାର ଭିଡିଓ ବନାଇଥିଲେ । ପୋଲିସ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ଉକ୍ତ ନାଗରିକଙ୍କୁ କ୍ଷମା ମାଗିବା ପାଇଁ ସେମାନେ ବାଧ୍ୟ କରୁଥିବା ଭିଡିଓରେ ଦେଖାଯାଇଥିଲା । ବୁଧବାର ଭିଡିଓ ଆଧାରରେ 3 ଜଣ ପୋଲିସ କର୍ମୀଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.