ଇସଲାମାବାଦ: ପାକିସ୍ତାନରେ ଲୋକଙ୍କ ଅମାନିଆ ଗୁଣ ପାଇଁ ଚିନ୍ତାରେ ପ୍ରଧାନମନ୍ତ୍ରୀ ଇମରାନ ଖାନ । ବାରମ୍ବାର ମନା କରିବା ସତ୍ତ୍ବେ ଶହ ଶହ ସଂଖ୍ୟାରେ ଏକାଠି ହେଉଛନ୍ତି ଲୋକେ ଓ କରୁଛନ୍ତି ସାମୁହିକ ପ୍ରାର୍ଥନା । ପ୍ରତ୍ୟୁତ୍ତରରେ ଲୋକେ କହୁଛନ୍ତି କି ଲୋକଙ୍କ ସୁସ୍ଥତା କାମନା କରିବା ପାଇଁ ପ୍ରାର୍ଥନାର ଆବଶ୍ୟକତା ରହିଛି । ଏହା ସରକାର ମଧ୍ୟ ବୁଝିବାର ଆବଶ୍ୟକତା ରହିଛି ।
ତେଣେ ଏନେଇ ସୋମବାର ପ୍ରଧାନମନ୍ତ୍ରୀ ଇମରାନ ଖାନ ଲୋକଙ୍କ ଅପିଲ କରି କହିଛନ୍ତି କି କୋରୋନା ସହ ମୁକାବିଲା ପାଇଁ ବର୍ତ୍ତମାନ ଦେଶବାସୀଙ୍କୁ ଆତ୍ମ ଶୃଙ୍ଖଳା ଦେଖାଇବାର ସମୟ ଆସିଛି । ଯଥା ସମ୍ଭବ ଘରେ ରୁହନ୍ତୁ ନଚେତ କୋରୋନାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିବ । ନିକଟରେ ପାକିସ୍ତାନୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବିକ ମେ ମାସ ମଧ୍ୟଭାଗ ସୁଦ୍ଧା ଦେଶରେ କୋରୋନା ପ୍ରଳୟ ସୃଷ୍ଟି କରିବ ଯଦି ସମୟ ଥାଉଣୁ ଲୋକେ ସାବଧାନ ନହେବେ ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ହେବା ପରେ ଲୋକଙ୍କୁ ସୋମବାର ଘରେ ରହିବା ପାଇଁ ଅପିଲ କରିଛନ୍ତି ଇମରାନ । ତେବେ ବର୍ତ୍ତମାନ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 8516 ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 170 ଛୁଇଁଛି ।