ETV Bharat / international

ଭାରତୀୟ ନୌସେନା ଓ ଭିଏତନାମ ପିପୁଲ୍ସ ନୌସେନା ମଧ୍ୟରେ ସାମୁଦ୍ରିକ ଅଭ୍ୟାସ - ଭାରତୀୟ ଭିଏତନାମ ନୌସେନା ସାମୁଦ୍ରିକ ଅଭ୍ୟାସ

ଭାରତୀୟ ନୌସେନା ଓ ଭିଏତନାମ ପିପୁଲ୍ସ ନୌସେନା ମଧ୍ୟରେ ପାସେଜ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଭାରତୀୟ ନୌସେନା ଓ ଭିଏତନାମ ପିପୁଲ୍ସ ନୌସେନା ମଧ୍ୟରେ ସାମୁଦ୍ରିକ ଅଭ୍ୟାସ

author img

By

Published : Dec 27, 2020, 6:44 PM IST

ହାନୋଇ: ଭାରତୀୟ ନୌସେନା ଓ ଭିଏତନାମ ପିପୁଲ୍ସ ନୌସେନା ମଧ୍ୟରେ ପାସେଜ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ କାର୍ଯ୍ୟଦକ୍ଷତା ଓ ମିଳିତତାକୁ ଦୃଢ କରିବା ପାଇଁ ଦୁଇ ନୌସେନା ମଧ୍ୟରେ ଏହି ଅଭ୍ୟାସ ଜାରି ରହିଛି ।

ସୂଚନାଯୋଗ୍ୟ, ଭିଏତନାମରେ ବନ୍ୟା ଓ ଭୂଷ୍ଖଳନ ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ତେବେ ବନ୍ୟା ପୀଡିତଙ୍କୁ ସହାୟତା ସ୍ବରୁପ 15 ଟନ ରିଲିଫ ସାମଗ୍ରୀ ପଠାଇଥିଲା ଭାରତ । ଡିସେମ୍ବର 26 ରୁ 27 ପର୍ଯ୍ୟନ୍ତ ଭାରତୀୟ ନୌବାହିନୀ ଜାହାଜ INS କିଲତାନ ଓ ପିପୁଲ୍ସ ନୌସେନା ମଧ୍ୟରେ ଅଭ୍ୟାସ ଜାରି ରହିଛି । ଦକ୍ଷିଣ ଚୀନ୍ ସାଗରରେ ଏହି ଅଭ୍ୟାସ ଜାରି ରହିଛି ।

ଉଭୟ ପକ୍ଷ ସାମୁଦ୍ରିକ କ୍ଷେତ୍ର ସମେତ ସାମଗ୍ରିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବାକୁ ପ୍ରତିଜ୍ଞା କରିଛନ୍ତି । ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଚୀନ ନିଜ ସାମରିକ ବାହିନୀକୁ ସଶକ୍ତ କରୁଛି । ଯାହାକୁ ମୁକାବିଲା କରିବାକୁ ଦୁଇ ଦେଶ ବିଶେଷ ଭାବରେ ଗୁରୁତ୍ତ୍ବ ଦେଉଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.