ETV Bharat / international

ପ୍ରକୃତିର ଉପହାର ଜାପାନର ବିସ୍ମୟ ପାର୍କ ‘ହିତାଚି ସି-ସାଇଡ ପାର୍କ’

author img

By

Published : Oct 5, 2020, 9:49 AM IST

ପ୍ରଶାନ୍ତ ମହାସାଗରର ଉପକୂଳରେ ଥିବା ଏହି ପାର୍କରେ ରହିଛି ଏକ ପାହାଡିଆ ଭୂମି । ଯେଉଁଥିରେ ରହିଛି ରଙ୍ଗ ବେରଙ୍ଗର ବିଭିନ୍ନ କିସମର ଫୁଲର ବିସ୍ତୀର୍ଣ୍ଣ ଚାଦର । ବର୍ଷତମାମ ପ୍ରତ୍ୟେକ ଋତୁରେ ଏଠାରେ ଫୁଟେ ବିଭିନ୍ନ କିସମର ଫୁଲ । ଅଧିକ ପଢନ୍ତୁ...

hitachi seaside park, hitachi park, japan's hitachi park, unknown fact, unknown fact on hitachi park, ହିତାଚି ସିସାଇଡ ପାର୍କ, ହିତାଚି ପାର୍କ, ଜାପାନର ହିତାଚି ପାର୍କ, ଅଜଣା କଥା, ହିତାଚି ପାର୍କକୁ ନେଇ ଅଜଣା କଥା
ପ୍ରକୃତିର ଉପହାର ଜାପାନର ବିସ୍ମୟ ପାର୍କ ‘ହିତାଚି ସି-ସାଇଡ ପାର୍କ’

ପ୍ରାକୃତିକ ସୌନ୍ଦର୍ଯ୍ୟ କାହାକୁ ବା ନାପସନ୍ଦ । ଦିନ ସାରାର ଥକାପଣ ଓ ମାନସିକ ଅବସାଦକୁ କ୍ଷଣିକରେ ଦୂର କରିବାର କ୍ଷମତା ରଖେ ପ୍ରକୃତି । ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ରଙ୍ଗ ବେରଙ୍ଗଚର ଫୁଲ ଯଦି କେହି ପ୍ରକୃତି କୋଳରେ ସଜେଇ ଦିଏ, ତାହେଲେ ଭାବନ୍ତୁ ତ ଦୃଶ୍ୟ କେତେ ସୁନ୍ଦର ଲାଗିବ ? ଏପରି ଏକ ଆଖି ଲାଖିବା ପରି ସ୍ଥାନଟିଏ ହେଉଛି ଜାପାନର ହିତାଚି ସି-ସାଇଡ ପାର୍କ । ରାଜଧାନୀ ଟୋକିୟୋଠାରୁ ପ୍ରାୟ 2 ଘଣ୍ଟାର ଦୂରତାରେ ରହିଛି ଏହି ଚିତ୍ତାକର୍ଷକ ପାର୍କ ।

ପ୍ରଶାନ୍ତ ମହାସାଗରର ଉପକୂଳରେ ଥିବା ଏହି ପାର୍କରେ ରହିଛି ଏକ ପାହାଡିଆ ଭୂମି । ଯେଉଁଥିରେ ରହିଛି ରଙ୍ଗ ବେରଙ୍ଗର ବିଭିନ୍ନ କିସମର ଫୁଲର ବିସ୍ତୀର୍ଣ୍ଣ ଚାଦର । ବର୍ଷତମାମ ପ୍ରତ୍ୟେକ ଋତୁରେ ଏଠାରେ ଫୁଟେ ବିଭିନ୍ନ କିସମର ଫୁଲ । ଆଉ ଏହି ଫୁଲ ଚାଦରର ଦେଖାଶୁଣା ପାଇଁ ରହିଛନ୍ତି ସ୍ବତନ୍ତ୍ର କର୍ମଚାରୀ । ଏହି ପାର୍କରେ ରଙ୍ଗ ବେରଙ୍ଗର ଫୁଲ ମୁଖ୍ୟ ଆକର୍ଷଣ ଥିବା ବେଳେ ଏଠାକାର ଅନ୍ୟତମ ଆକର୍ଷଣ ହେଉଛି ମନୋରଞ୍ଜନ ଭିତ୍ତିକ ପାର୍କ ଓ ଦୋଳି । ଯାହାର ମଜା ଉଠାଇବା ପାଇଁ ଦେଶ ବିଦେଶରୁ ଜମେ ପର୍ଯ୍ୟଟକଙ୍କ ଭିଡ ।

ପ୍ରକୃତିର ଉପହାର ତଥା ବିସ୍ମୟ ପାର୍କ ଭାବେ ଜଣା ଯାଉଥିବା ଏହି ହିତାଚି ପାର୍କକୁ ନେଇ ଜାଣନ୍ତୁ କିଛି ଅଜଣା କଥା...

  • ଜାପାନର ଇବାରାକି ପ୍ରାନ୍ତରେ ଥିବା ହିତାଚିନାକା ସହରରେ ଥିବା ସର୍ବବୃହତ ଦ୍ବୀପ ହୋନସୁରେ ରହିଛି ଏହି ବିସ୍ମୟ ପାର୍କ ।
  • ଜାପାନୀ ଭାଷାରେ ଏହି ପାର୍କକୁ ‘କୋକୁଏଇ ହିତାଚି କାଇହିଙ୍କୋଏନ’ ବୋଲି କୁହାଯାଏ ।
  • ପ୍ରାୟ 190 ହେକ୍ଟର ବା 470 ଏକରରେ ବ୍ୟାପ୍ତ ଏହି ପାର୍କ । ଏହି ଅଞ୍ଚଳ ମଧ୍ୟରେ ଗୋଟିଏ ପାହାଡ, ଜଙ୍ଗଲ, ଉଦ୍ୟାନ ଓ ମନୋରଞ୍ଜନ ପାଇଁ ସ୍ଥାନ ରହିଛି ।
  • ଏଠାରେ ପ୍ରାୟ 4.5 ମିଲିୟନ ନୀଳ ନେମୋଫିଲା ଫୁଲ ଗଛ ଦେଖିବାକୁ ମିଳିଥାଏ । ଏଥିସହ 1 ମିଲିୟନ ଡାଫୋଡିଲ, 170 ବିଭିନ୍ନ ପ୍ରକାରର ଟ୍ୟୁଲିପ ଓ ଆହୁରି ଅନେକ ଫୁଲ ଗଛ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ ।
  • ଏହି ପାର୍କର ସୌନ୍ଦର୍ଯ୍ୟ ବଢାଇବା ସହ ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା । ସେଥିମଧ୍ୟରେ ରହିଛି ବିଶାଳ ବୃତ୍ତାକାର ଝୁଲା, ରୋଲରକୋଷ୍ଟର, ଗୋଟିଏ ଜଳାଶୟ, ୱାଟର ପ୍ଲେ ଗ୍ରାଉଣ୍ଡ, ଜାଲ ସଦୃଶ ଅଙ୍କା ବଙ୍କା ରାସ୍ତା ।
  • ଏହି ଅଙ୍କା ବଙ୍କା ରାସ୍ତାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକ କିପରି ସହଜରେ ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଓ କୌଣସି ପର୍ଯ୍ୟଟକ ଅନ୍ୟ ଜଣଙ୍କ ରାସ୍ତାରେ ଆସିବେ ନାହିଁ ।
  • ଏହି ପାର୍କରେ ଅନୁଷ୍ଠିତ ହୁଏ ଜାପାନର ସବୁଠାରୁ ବଡ ବାର୍ଷିକ ମ୍ୟୁଜିକ ପ୍ରୋଗ୍ରାମ ।
  • ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମାର୍ଦ୍ଧରେ ଏଠାରେ ‘ଦି ରକ’ ଫେଷ୍ଟିଭାଲର ଆୟୋଜନ ହୋଇଥାଏ । ଯେଉଁଠି ଲକ୍ଷ ଲକ୍ଷ ଲୋକେ ଏକତ୍ରିତ ହୁଅନ୍ତି ।
  • ଏହି ପାର୍କରେ ଏଣ୍ଟ୍ରି ଓ ପାର୍କିଂରେ ଟିକେଟ ଲାଗୁଥିବା ବେଳେ ନିଜ ପୋଷା ଜୀବଙ୍କୁ ନେଇ ମଧ୍ୟ ଏହି ପାର୍କରେ ପ୍ରବେଶ ପାଇଁ ଅନୁମତି ରହିଛି । ହେଲେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପୋଷା ଜୀବଙ୍କୁ ନେବା ପାଇଁ ବାରଣ କରାଯାଇଛି ।
  • ଏଠାରେ ଲୋକଙ୍କ ମନୋରଞ୍ଜନ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରହିଛି ସାଇକେଲିଂ ପାଥ ବା ସାଇକେଲ ଚାଳନା ପାଇଁ ସ୍ବତନ୍ତ୍ର ରାସ୍ତା । ଏହାଛଡା କେତେକ ସାର୍ବଜନୀନ ରାସ୍ତା ମଧ୍ୟ ଏହି ପାର୍କର ଶୋଭା ବଢାଇଥାଏ ।
  • ଏହି ପାର୍କରେ ବର୍ଷତମାମ ଫୁଲ ଫୁଟୁଥିଲେ ସୁଦ୍ଧା ବସନ୍ତ ଋତୁରେ ଦେଖିବାକୁ ମିଳେ ସର୍ବାଧିକ ଫୁଲ । ମୁଖ୍ୟତଃ ଏହି ସମୟରେ ପାର୍କରେ ନେମୋଫିଲାର ସମ୍ଭାର ବସନ୍ତ ଋତୁରେ ଦେଖିବାକୁ ମିଳୁଥିବାରୁ ଏହି ସମୟରେ ପାର୍କକୁ ‘ନେମୋଫିଲା ହାରମୋନି’ ବୋଲି ମଧ୍ୟ କୁହାଯାଏ ।
  • - 2011 ମସିହାରେ ଜାପାନରେ ହୋଇଥିବା ଭୟଙ୍କର ଫୁକିସିମା ଆଣବିକ ଉଦଗିରଣ ଯୋଗୁଁ ଆଜି ବି ଏହାର ପ୍ରଭାବ ହିତାଚି ପାର୍କର କେତେକ ସ୍ଥାନରେ ଦେଖିବାକୁ ମିଳେ । ଏହାକୁ ନଜରରେ ରଖି ପାର୍କର ସେହି ନିର୍ଦ୍ଦିଷ୍ଟ ସ୍ଥାନଗୁଡିକ ସମୟ ସମୟେ ପ୍ରବେଶ ନିଷେଦ୍ଧ କରାଯାଇଥାଏ ।
  • ଏଠାରେ ଏବେ ବି ଆଣବିକ ରେଡିଏସନ ବାହାରୁଥିବାରୁ ଏଠାକୁ ପର୍ଯ୍ୟଟକଙ୍କୁ ଯିବାକୁ ଦିଆଯାଏ ନାହିଁ । ତେବେ ଏହି ସ୍ଥାନଗୁଡିକ ଉପରେ ନିୟମିତ ନଜର ରଖାୟିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.