ETV Bharat / international

ମାନବଗତ ତ୍ରୁଟି ଯୋଗୁଁ ହୋଇଥିଲା ପାକିସ୍ତାନର ବିମାନ ଦୁର୍ଘଟଣା: ରିପୋର୍ଟ - ପାକିସ୍ତାନ ଲାଟେଷ୍ଟ ନ୍ୟୁଜ୍‌

ମେ’ 22ରେ ପାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ । କରାଚିରେ ହୋଇଥିବା ଏହି ଦୁର୍ଘଟଣାରେ ମାନବଗତ ତ୍ରୁଟି ବା ଅବହେଳା ଏହାର ମୁଖ୍ୟ କାରଣ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

pakistan aircrash update, pakistan aircrash investigation report, pakistan latest news, pia aircraft crashed in pakistan, ପାକିସ୍ତାନରେ ବିମାନ ଦୁର୍ଘଟଣା ଅପଡେଟ, ପାକିସ୍ତାନ ବିମାନ ଦୁର୍ଘଟଣା ତଦନ୍ତ ରିପୋର୍ଟ, ପାକିସ୍ତାନ ଲାଟେଷ୍ଟ ନ୍ୟୁଜ୍‌, ପାକିସ୍ତାନରେ ପିଆଇଏ ବିମାନ ଦୁର୍ଘଟଣାଗ୍ରସ୍ତ
ମାନବଗତ ତ୍ରୁଟି ଯୋଗୁଁ ହୋଇଥିଲା ପାକିସ୍ତାନର ବିମାନ ଦୁର୍ଘଟଣା: ରିପୋର୍ଟ
author img

By

Published : Jun 24, 2020, 5:12 AM IST

କରାଚି: ମେ’ 22ରେ ପାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ । କରାଚିରେ ହୋଇଥିବା ଏହି ଦୁର୍ଘଟଣାରେ ମାନବଗତ ତ୍ରୁଟି ବା ଅବହେଳା ଯୋଗୁଁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଉଭୟ କକପିଟ୍‌ ଓ ଏୟାର କଣ୍ଟ୍ରୋଲ ଟାୱାର ମଧ୍ୟରେ ହୋଇଥିବା ତ୍ରୁଟି ଯୋଗୁଁ ଆଖି ପିଛୁଳାକେ ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଥିଲେ 99 ମଧ୍ୟରୁ 97 ଯାତ୍ରୀ ।

ଏହି ଘଟଣା ପଛରେ ଦୀର୍ଘ ଦିନ ଧରି ଚାଲିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି କି ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିନଥିଲା । ଏନେଇ ସୋମବାର ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର ହୋଇଛି ପ୍ରାଥମିକ ତଦନ୍ତ ରିପୋର୍ଟ । ପିଆଇଏ PK8303 ବିମାନ 8 ଜଣ କ୍ରିୟୁ ସଦସ୍ୟଙ୍କ ସମେତ 99 ଜଣ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଫେରୁଥିବା ବେଳେ କରାଚି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ଦ୍ବିତୀୟ ଥର ପାଇଁ ବିମାନ ଅବତରଣର ଚେଷ୍ଟା କରିଥିଲେ ପାଇଲଟ ।

ଏହି ବିମାନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ବେସାମରିକ ବିମାନ ଚଳାଚଳ ବିଭାଗ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜୁନ 22ରେ ଏହି ତଦନ୍ତର ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ବିମାନର ବ୍ଲାକବକ୍ସକୁ ତଦନ୍ତ ପାଇଁ ଫ୍ରାନ୍ସ ପଠାଯାଇଥିବା ବେଳେ ରିପୋର୍ଟ ମୁତାବକ କକ୍‌ପିଟ୍‌ କ୍ରିୟୁ, କଣ୍ଟ୍ରୋଲ ଟାୱାର ଓ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ତେବେ ବ୍ଲାକବକ୍ସରୁ ମିଳିଥିବା ତଥ୍ୟ ଅନୁଯାୟୀ ଏଯାବତ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟିର କୌଣସି ସୂଚନା ନାହିଁ । ସେପଟେ ନିର୍ଦ୍ଧାରିତ ବେଗ ଓ ପରିସରଠାରୁ ବିମାନ ଅଧିକ ବେଗରେ ପରିସର ବାହାରକୁ ଯାଇଥିବା ଦେଖାଯାଇଥିଲା । ବିମାନଟି ଏତେ ଅଧିକ ବେଗରେ ଥିବା ସତ୍ତ୍ବେ କଣ୍ଟ୍ରୋଲ ଟାୱାର ଏହାକୁ ପ୍ରଥମ ଥର ଅବତରଣ ପାଇଁ ଅନୁମତି ଦେଇଥିଲା । ପ୍ରତିବଦଳରେ କକ୍‌ପିଟ୍‌ କ୍ରିୟୁ ମଧ୍ୟ କଣ୍ଟ୍ରୋଲ ଟାୱାର ସବିଶେଷ ତଥ୍ୟ ଦେଇନଥିବା ଦେଖାଯାଇଥିଲା ।

ଅବତରଣରେ ଜାମ ଓ ଲ୍ୟାଣ୍ଡିଂ ଗିଅରରେ ଅସୁବିଧା ନେଇ ମଧ୍ୟ ପାଇଲଟ କଣ୍ଟ୍ରୋଲ ଟାୱାର ଅବଗତ କରାଇନଥିଲେ । ଯାହା ପାଇଲଟଙ୍କର ସବୁଠାରୁ ବଡ ଭୁଲ ନିଷ୍ପତ୍ତି ସାବ୍ୟସ୍ତ ହୋଇଥିଲା । ପ୍ରଥମ ଅବତରଣରେ ଅସୁବିଧା ହେବାରୁ ବିମାନଟି ଆକାଶରେ 17 ମିନିଟ ଯାଏଁ ଅପେକ୍ଷା କରିଥିଲା । ଏହି ସମୟରେ ବିମାନର ଦୁଇଟି ଇଞ୍ଜିନ ଫେନ ହୋଇଯାଇଥିଲା । ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଆଶ୍ଚର୍ଯ୍ୟକର କଥା କି ଦୁର୍ଘଟଣାର 12 ଘଣ୍ଟା ପରେ ବି ନିକଟସ୍ଥ ରନ ୱେରେ ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନରୁ କିଛି ଅଂଶ ଇତସ୍ତତଃ ପଡିରହିଥିଲା । ଅଥଚ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ସଫା କରିବା ବଦଳରେ ଅନ୍ୟ ବିମାନ ଗୁଡିକୁ ଅବତରଣ ଅନୁମତି ଦେଇଥିଲା । ତେବେ ଏହି ରିପୋର୍ଟ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପଠାଯାଇଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.