ETV Bharat / international

ବିମାନ ଭିତରେ ନାହିଁ କୋଭିଡ 19!

author img

By

Published : Apr 30, 2020, 1:12 PM IST

ବିମାନରେ କୋରୋନା ପ୍ରତିଷେଧକର କୌଣସି ବ୍ୟବସ୍ଥା ନିଆଯାଇନଥିଲା । ସବୁପ୍ରକାର ଅବହେଳାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ...

ବିମାନ ଭିତରେ ନାହିଁ କୋଭିଡ 19!
ବିମାନ ଭିତରେ ନାହିଁ କୋଭିଡ 19!

କରାଚି: ପାକିସ୍ତାନରେ କୋରୋନା ସ୍ଥିତି ସଙ୍କଟଜନକ ରୂପ ନେଇଛି । ଦେଶରେ 15 ହଜାର 289 ଆକ୍ରାନ୍ତ ଥିବାବେଳେ 335 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସ୍ବାସ୍ଥ୍ୟ ବିଭାଗରେ ନାନା ସମସ୍ୟା ଦେଖାଦେଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସରକାରଙ୍କ ମୁଣ୍ଡବିନ୍ଧା ବଢାଇଛି ।

ତେବେ ନିକଟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ପାକ୍ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହି ଭିଡିଓ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନର କରାଚି-ଟୋରୋଣ୍ଟୋ ଫ୍ଲାଇଟ ଭିତରର ଦୃଶ୍ୟ । ତେବେ ଏବେ ସମସ୍ତ ବିମାନ ସେବା ବାତିଲ ଥିବାବେଳେ ଏହି ଭିଡିଓକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା କେବେ ଓ କେଉଁଠୁ ଉଡାଣ ଭରିଥିଲା ଏବେ ତାହାର ତଦନ୍ତ ଚାଲିଛି । ତେବେ ବିମାନରେ ଥିବା ଯାତ୍ରୀଙ୍କ କଥାବାର୍ତ୍ତାରୁ ଏହା ନିକଟ ଅତୀତର ବୋଲି ଜଣାପଡୁଛି ।

ବିମାନରେ କୋରୋନା ପ୍ରତିଷେଧକର କୌଣସି ବ୍ୟବସ୍ଥା ନିଆଯାଇନଥିଲା । ସବୁପ୍ରକାର ଅବହେଳାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିମାନରେ ଥିବା କ୍ରିୟୁ ମେମ୍ବରଙ୍କୁ ଯାତ୍ରୀମାନେ ଗାଳି ଦେବା ସହ ଅବ୍ୟବସ୍ଥା ପାଇଁ ତିରସ୍କାର କରିଥିଲେ । ଜଣେ ଯାତ୍ରୀ କହିଥିଲେ ଯେ ଆପଣଙ୍କ ଅନୁସାରେ ବିମାନ ବାହାରେ କୋଭିଡ 19 ଭୂତାଣୁ ଅଛି ବିମାନ ଭିତରେ ନାହିଁ । ଯଦି ମୋତେ କିଛି ହୁଏ ତେବେ ମୁଁ ଆପଣଙ୍କୁ ଛାଡିବି ନାହିଁ । ସେହିପରି ଆଉ ଜଣେ ଯାତ୍ରୀ କହିଥିଲେ ଯେ ସମସ୍ତ ଏୟାରଲାଇନ୍ସ ସିଟ ଉଠାଇ ଦେଇଛନ୍ତି କିନ୍ତୁ ଆପଣଙ୍କ ଏୟାରଲାଇନ୍ସରେ ସବୁ ବ୍ୟତିକ୍ରମ ଘଟିଛି ।

ନିୟମାନୁସାରେ ଏବେ ସମସ୍ତ ବିମାନରେ ଗୋଟିଏ ସିଟ ପରେ ଆଉ ଗୋଟିଏ ସିଟ ଉଠାଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ଏଟାରେ କୌଣିସି ପ୍ରକାର ବ୍ୟବସ୍ଥା ନଥିଲା । ସବୁ ସିଟରେ ଲୋକେ ଭର୍ତ୍ତି ଥିଲେ । ଜଣେ ମହିଳା ଯାତ୍ରୀ ଏନେଇ ପାକ୍ ସରକାରଙ୍କୁ ଗାଳି ଦେଇ କହିଥିଲେ ଯେ ସରକାର କେବଳ ପ୍ରବାସୀ ଲୋକଙ୍କଠାରୁ ଅର୍ଥ ଲୁଟିବା ଚକ୍କରରେ ଅଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.