ETV Bharat / international

ସୋମବାର ଲକଡାଉନ ନେଇ ଜରୁରୀ ଘୋଷଣା କରିବ ପାକିସ୍ତାନ

author img

By

Published : Apr 12, 2020, 11:32 PM IST

କୋରୋନା ମାଡରେ ବିଶ୍ବରେ ଅର୍ଦ୍ଧାଧିକ ରାଷ୍ଟ୍ର ଲକଡାଉନର ସମୟ ସୀମା ବଢାଇ ଚାଲିଥିବା ବେଳେ ଏନେଇ ସୋମବାର ଅର୍ଥାତ ଏପ୍ରିଲ 13ରେ ଯୋଜନା ପ୍ରସ୍ତୁତ କରିବ ବୋଲି କହିଛି ପାକିସ୍ତାନ ।

corona in pakistan, corona update, pakistan lockdown, lockdown, coronavirus news, ପାକିସ୍ତାନରେ କୋରୋନା ସ୍ଥିତି, କୋରୋନା ଅପଡେଟ, ପାକିସ୍ତାନ ଲକଡାଉନ, ଲକଡାଉନ, କୋରୋନା ଭାଇରସ ନ୍ୟୁଜ୍‌
ସୋମବାର ଲକଡାଉନ ନେଇ ଜରୁରୀ ଘୋଷଣା କରିବ ପାକିସ୍ତାନ

ଇସଲାମାବାଦ: କୋରୋନା ମାଡରେ ବିଶ୍ବରେ ଅର୍ଦ୍ଧାଧିକ ରାଷ୍ଟ୍ର ଲକଡାଉନର ସମୟ ସୀମା ବଢାଇ ଚାଲିଥିବା ବେଳେ ଏନେଇ ସୋମବାର ଅର୍ଥାତ ଏପ୍ରିଲ 13ରେ ଯୋଜନା ପ୍ରସ୍ତୁତ କରିବ ବୋଲି କହିଛି ପାକିସ୍ତାନ । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4970ରେ ପହଞ୍ଚିଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ଇମରାନ ସରକାର ।

ଶନିବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ପାକିସ୍ତାନ ଯୋଜନା ଓ ବିକାଶ ମନ୍ତ୍ରୀ ଅସଦ ଉମର କହିଛନ୍ତି କି, ପାକିସ୍ତାନରେ ଲକଡାଉନ ସମୟ ସୀମା ବଢିବ କି ନାହିଁ ସେନେଇ ସୋମବାର ଘୋଷଣା କରାଯିବ । ଲକଡାଉନ ବଢିବ କି ଏହାକୁ କୋହଳ କରାଯିବ ତାହା ସୋମବାର ହିଁ ସ୍ପଷ୍ଟ ହେବ । ଏନେଇ କୋଭିଡ-19ର ଜାତୀୟ ସହୟୋଗୀ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ ଇମରାନ ଖାନ ।

ତେବେ ପାକିସ୍ତାନରେ କୋରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଉପଦେଷ୍ଟା ଡ଼ଃ ଜାଫର ମିର୍ଜା କହିଛନ୍ତି କି ଆକଳନ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ଏହାର ଅର୍ଥ ନୁହେଁ କି ଲୋକେ ଜାରି ହୋଇଥିବା କଟକଣା ପ୍ରତି ଖାମଖିଆଲ ହେବେ । ଆକଳନ ଅନୁଯାୟୀ ବର୍ତ୍ତମାନ ସଂଖ୍ୟା କମ ରହିଛି ସତ, ହେଲେ ଲୋକେ ଯଦି ନୀତି ନିୟମକୁ ନ ମାନନ୍ତି ତେବେ ଏହି ସଂଖ୍ୟା ବଢିବାକୁ ବେଶୀ ସମୟ ଲାଗିବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.