ETV Bharat / international

ପାକିସ୍ତାନରେ ଭୟଙ୍କର କୋରୋନା ସ୍ଥିତି, ଗୋଟିଏ ଦିନରେ 5000 ପଜିଟିଭ

author img

By

Published : Jun 10, 2020, 6:04 PM IST

କୋରୋନା ଆକ୍ରାନ୍ତ କେସରେ ପାକିସ୍ତାନ ଏସିଆର ଦ୍ବିତୀୟ ସର୍ବାଧିକ ରାଷ୍ଟ୍ର ରହିଛି । ବୁଧବାର ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିବାର ରେକର୍ଡ କରିଛି ପାକ୍ । ଅଧିକ ପଢନ୍ତୁ...

ପାକିସ୍ତାନରେ ଭୟଙ୍କର କୋରୋନା ସ୍ଥିତି, ଗୋଟିଏ ଦିନରେ 5000 ପଜିଟିଭି

ଇସଲାମାବାଦ: ପାକିସ୍ତାନରେ କୋଭିଡ 19 ସ୍ଥିତି ସାଙ୍ଘାତିକ ପାଲଟିଛି । କୋରୋନା ଆକ୍ରାନ୍ତ କେସରେ ଏହା ଏସିଆର ଦ୍ବିତୀୟ ସର୍ବାଧିକ ରାଷ୍ଟ୍ର ରହିଛି । ବୁଧବାର ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିବାର ରେକର୍ଡ କରିଛି ପାକ୍ ।

ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟୟ ଘଟିଥିବାରୁ ପାକିସ୍ତାନରେ କୋରୋନା ଦ୍ରୁତ ବେଗରେ ବ୍ୟାପିଚାଲିଛି । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ପ୍ରଥମ ଥର 24 ଘଣ୍ଟାରେ 5000 ଉପରେ ପଜିଟିଭ ବାହାରିଛନ୍ତି । ଗତ 24 ଘଣ୍ଟାରେ 5387 କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଗୋଟିଏ ଦିନରେ ଆକ୍ରାନ୍ତ ବାହାରିବାରେ ଏହା ସର୍ବାଧିକ ବୋଲି ଜଣାପଡିଛି । ଏହାସହ 83 ଲୋକଙ୍କ ମୃତ୍ୟୁ ସହ ମୋଟ୍ ସଂଖ୍ୟା 2255 ରହିଛି । ଦେଶରେ ଏବେ ଯାଏଁ 1 ଲକ୍ଷ 13 ହଜାର 702 କୋଭିଡ 19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 36 ହଜାର 308 ଲୋକ ସୁସ୍ଥ ହୋଇସାରିଛନ୍ତି ।

ବୁଧବାର ଖାଏବର ପଖତୁଙ୍ଖ୍ବାରେ ଗୋଟିଏ ଦିନରେ ସର୍ବାଧିକ 23ଟି ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ୍ ମୃତ୍ୟୁ ସଂଖ୍ୟା 610 ରହିଛି । ଏଠାରେ କୋରୋନାଜନିତ ମୃତ୍ୟୁହାର ଦେଶ ଭିତରେ ସର୍ବାଧିକ 4.9 ପ୍ରତିଶତ ରହିଛି । ପାକିସ୍ତାନରେ ମୃତ୍ୟୁହାର 1.99 ପ୍ରତିଶତ ଥିବା ଜଣାପଡିଛି । ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ପଞ୍ଜାବରେ ସର୍ବାଧିକ 43 ହଜାର 460 କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଏହାପଛକୁ ସିନ୍ଧରେ 41 ହଜାର 303, ଖାଏବରରେ 14 ହଜାର 527, ବାଲୋଚିସ୍ତାନରେ 7031, ଇସଲାମାବାଦରେ 5963 ପଜିଟିଭ ରେକର୍ଡ ହୋଇଥିବା ସୂଚନା ମିଳିଛି ।

ଗତ 24 ଘଣ୍ଟାରେ ପାକ୍ ସରକାର ମୋଟ୍ 23 ହଜାର 799 ସାମ୍ପଲ ପରୀକ୍ଷା କରିଛନ୍ତି । ଖୁବଶିଘ୍ର ଏହା 30 ହଜାର ପହଞ୍ଚିବ ବୋଲି ସରକାର ଘୋଷଣା କରିଛନ୍ତି । ଏବେ ସୁଦ୍ଧା 7 ଲକ୍ଷ 54 ହଜାର 252 ଟେଷ୍ଟ ହୋଇସାରିଛି । ସୂଚନାଯୋଗ୍ୟ ଯେ ଦିନକ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାକିସ୍ତାନକୁ ଲକଡାଉନ ସମ୍ପୂର୍ଣ୍ଣ ଭାବେ ନ ଖୋଲି ମଝିରେ ମଝିରେ ବିରତି ଦେଇ ଖୋଲିବାକୁ ପରାମର୍ଶ ଦେଇଥିଲା । କୋରୋନା ସଂକ୍ରମଣ ରୋକିବା ପାଇଁ 2 ସପ୍ତାହ ଖୋଲି ପୁଣି ଲକଡାଉନ କରିବା ପରେ ଆଉଥରେ 2 ସପ୍ତାହ ପାଇଁ କୋହଳ କରିବାକୁ ସଙ୍ଗଠନ ପରାମର୍ଶ ଦେଇଥିଲା । ହେଲେ ପାକ୍ ସରକାର ଏହାକୁ ମାନିବାକୁ ମନା କରିଦେବା ସହ ଲକଡାଉନ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.