ETV Bharat / international

ଡରିଗଲା ପାକ୍‌: ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ! - terrorist

ମାସୁଦଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରି କଟକଣା ଲଗାଇବାକୁ ଭାରତ ଅନେକ ଥର ଜାତିସଙ୍ଘରେ ପ୍ରସ୍ତାବ ଆଣିଛି । ବିଗତ ୧୦ ବର୍ଷ ମଧ୍ୟରେ ମାସୁଦ ବିରୋଧରେ ଏହି ପ୍ରସ୍ତାବ କେବଳ ଭାରତ ୪ ଥର ଆଣିଛି । କିନ୍ତୁ ପାକିସ୍ତାନର ବିରୋଧ ଓ ଚୀନର ଭିଟୋ କ୍ଷମତା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ ।

ଡିଜାଇନ ଫଟୋ
author img

By

Published : Mar 4, 2019, 1:10 PM IST

ଇସଲାମାବାଦ: ଶେଷରେ ଅନ୍ତର୍ଜାତୀୟ ଚାପ ଆଗରେ ନୁଆଁଇଛି ପାକିସ୍ତାନ । ପଡୋଶୀ ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ । ଫଳରେ ଆତଙ୍କୀ ମାସୁଦ ଅଜହର ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖବର ରହିଛି।

ରିପୋର୍ଟ ଅନୁସାରେ ମାସୁଦ ଅଜହର ଏବଂ ଜୈସ-ଇ-ମହମ୍ମଦ ସଙ୍ଗଠନ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାର ସୂଚନା ରହିଛି । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଏହା କରିବାକୁ ବାଧ୍ୟ ହୋଇଛି । ଭାରତ ସହ ଏହାର ସମ୍ପର୍କ ଧିରେ ଧିରେ ଉତ୍ତେଜନାମୂଳକ ପରିସ୍ଥିତି ଆଡକୁ ଗତି କରୁଥିବାବେଳେ ଏହି ସମ୍ପର୍କ ଖରାପ କରିବାକୁ ପାକ୍‌ ଚାହୁଁନାହିଁ । ଫଳରେ ସୂଚନାନୁସାରେ ପାକିସ୍ତାନ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିପାରେ । ଏଥିପାଇଁ ପୂର୍ବରୁ ପାକିସ୍ତାନ ଆପତ୍ତି କରୁଥିବାବେଳେ ଏବେ ସେଥିରୁ ହଟିଯାଇପାରେ ବୋଲି ସୂଚନା ରହିଛି ।

ମାସୁଦଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରି କଟକଣା ଲଗାଇବାକୁ ଭାରତ ଅନେକ ଥର ଜାତିସଙ୍ଘରେ ପ୍ରସ୍ତାବ ଆଣିଛି । ୧୦ ବର୍ଷ ମଧ୍ୟରେ ମାସୁଦ ବିରୋଧରେ ଏହି ପ୍ରସ୍ତାବ ଭାରତ ୪ ଥର ଆଣିଛି । କିନ୍ତୁ ପାକିସ୍ତାନର ବିରୋଧ ଓ ଚୀନର ଭିଟୋ କ୍ଷମତା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ତେବେ ପୁଲୱାମା ଆକ୍ରମଣପରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ସାରା ବିଶ୍ବ ଏହି ପ୍ରସ୍ତାବ ପୁଣିଥରେ ଉଠାଇଛନ୍ତି।

ଗତ ସପ୍ତାହରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ମାସୁଦ ଏବଂ ଜୈସ-ଇ-ମହମ୍ମଦ ସଙ୍ଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ । ଆଉ ସବୁଥର ନିଜର ଭିଟୋ କ୍ଷମତା ପ୍ରଯୋଗ କରି ଏହାକୁ ବିରୋଧ କରୁଥିବା ଚୀନ ଏଥର କିନ୍ତୁ ନୀରବ ରହିଛି । ତେଣୁ ପାକିସ୍ତାନ ଜୈସ ଇ ମହମ୍ମଦ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ମାସୁଦ ଆଝାର ଭାରତ ପକ୍ଷରୁ ପ୍ରକାଶିତ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରହିଛି । ୨୦୦୧ ସଂସଦ ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ପୁଲୱାମା ହମଲା ପର୍ଯ୍ୟନ୍ତ ସମସ୍ତ ମାମଲାରେ ସେ ମାଷ୍ଟରମାଇଣ୍ଡ ଥିବା ଭାରତ ଅଭିଯୋଗ କରିଛି।

undefined

ଏହାସହ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ବିଭିନ୍ନ ସମୟରେ ଦାବି କରିଆସିଛି। ପୁଲୱାମା ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଅଜହରର ସୁରକ୍ଷାକୁ କଡାକଡି କରିଥିଲା ପାକିସ୍ତାନ। ତାହାର ସୁରକ୍ଷା ପାଇଁ ୧୦ ଜଣ ପାକିସ୍ତାନ ସ୍ପେସାଲ ସର୍ଭିସ ଗ୍ରୁପ କମାଣ୍ଡୋ ଯୋଗାଇ ଦିଆଯାଇଥିଲା ।

Intro:Body:

ଗାଁ ସାଥୀ ସଂଘର ଆମରଣ ଅନଶନ, ସମ୍ପାଦକ ସହ 2 ସଦସ୍ୟ ଗୁରୁତର

ଭୁବେନଶ୍ବର: ଗାଁ ସାଥୀ ସଂଘର ଆମରଣ ଅନଶନ । ଅନଶନ ସମୟରେ ସଂଘର ଦୁଇ ସଦସ୍ୟ ଗୁରୁତର ହୋଇପଡ଼ିଛନ୍ତି ।  ଦୁଇ ସଦସ୍ୟ ହେଉଛନ୍ତି ସଂଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ଵାଳ ସମେତ କନକ ପାଢୀ ଓ ଝାରସୁଗୁଡ଼ା ଜିଲ୍ଲା ସମ୍ପାଦିକା ନନ୍ଦିନୀ ପ୍ରଧାନ । ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ l ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାୟାଇଛି । 

ତେବେ ଏଭଳି ଅଘଟଣ ଘଟିବା ସମୟରେ ଘଟଣାସ୍ଥଳରେ କୌଣସି ଆମ୍ବୁଲାନ୍ସ ଉପସ୍ଥିତ ନଥିଲା । ପୋଲିସର ସହାୟତାରେ ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ରାଜରାସ୍ତାରେ ବଡଧରଣର ଆନ୍ଦୋଳନ ଚାଲିଥିବା ବେଳେ ଘଟଣାସ୍ଥଳରେ କାହିଁକି କୌଣସି ଆମ୍ବୁଲାନ୍ସ ଉପସ୍ଥିତ ନଥିଲା । ଏହାସହ ସୂଚନା ମିଳିବା ପରେ ମଧ୍ୟ ଆମ୍ବୁଲାନ୍ସ କାହିଁକି ବିଳମ୍ବରେ ପହଞ୍ଚିଥିଲା ସେ ନେଇ ଅସନ୍ତୋଷ ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ସରକାରଙ୍କ ଠାରୁ ନିଜ ହକ୍ ପାଇଁ ବାରମ୍ବାର ପ୍ରତିଶ୍ରୁତି ପାଇବା ପରେ ନିରାଶ ହୋଇ ରାଜରାସ୍ତାରେ ଅନଶନରେ ବସିଥିଲା ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ମାସିକ ପ୍ରୋତ୍ସାହନ 6 ହଜାର ଟଙ୍କାରୁ ଊର୍ଦ୍ଧ୍ବ ରାଶି, ସ୍ବତନ୍ତ୍ର 5 ବର୍ଷିଆ ଆର୍ଥିକ ସହାୟତା ପ୍ୟାକେଜ ଏହିପରି ବିଭିନ୍ନ ଦାବିକୁ ନେଇ ସଂଘ ପକ୍ଷରୁ ଅନଶନ କରାଯାଇଛି । ସଂଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଁ ସାଥୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଆଗାମୀ ଦିନରେ ସଂଘର ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘର ସମ୍ପାଦକ କହିଛନ୍ତି । ସେପଟେ ଧାରଣାସ୍ଥଳରେ ହଜାର ହଜାର ଜନସମାଗମ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.