ETV Bharat / international

ପାକିସ୍ତାନର ବିଭିନ୍ନ ସହରରେ ଜାରି ରହିଛି ଜମାତି ସଦସ୍ୟଙ୍କୁ କୋରୋନା ସଂକ୍ରମଣ

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶର ସାହିୱାଲରେ ତବଲିଗି ଜାମାତର 7ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

Pakistan
Pakistan
author img

By

Published : Apr 15, 2020, 8:24 PM IST

ଲାହୋର: ଭାରତ ପରି ପାକିସ୍ତାନରେ ମଧ୍ୟ ତବଲିଗୀ ଜମାତ ସମାଲୋଚନା ଓ ନିନ୍ଦାର ପାତ୍ର ସାଜିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତବଲିଗୀ ଜାମାତର ଆହୁରି ଅନେକ ସଦସ୍ୟ କୋରୋନା ପଜେଟିଭ ରହିଥିବା ସୂଚନା ରହିଛି । ପାକିସ୍ତାନରର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶର ସାହିୱାଲରେ ତବଲିଗି ଜାମାତର 7ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ତବଲିଗୀରୁ 198 ଜଣ ବ୍ୟକ୍ତି ଦୁଇ ସପ୍ତାହ ପୂର୍ବରୁ ପାକପାଟନମରେ କ୍ବାରେଣ୍ଟିନ ହୋଇଥିଲେ, ସେମାନଙ୍କର ଅବଧି ଶେଷ ହେବା ପରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜେଟିଭ ରହିଛି । ସେଥିମଧ୍ୟରୁ 97 ଜଣ ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ପଞ୍ଜାବର ବାହାବଲପୁରର ତବଲିଗୀ ଜାମାତର ଦୁଇଜଣ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସେହିଭଳି ସିଆଲକୋଟ ସହରର 28 ତବଲିଗୀ ସଦସ୍ୟଙ୍କ ମଧ୍ୟରେ କୋରୋନା ପଜେଟିଭ ରହିଛି ।

ଉଲ୍ଲେଖନୀୟ କଥା ହେଉଛି, ପଞ୍ଜାବ ପ୍ରଦେଶର ରାଇବିନ୍ଦ ସ୍ଥିତ ତବଲିଗୀ ଜାମାତ ମୁଖ୍ୟାଳୟରେ ମାର୍ଚ୍ଚର ପ୍ରଥମରେ ଜଲସା ହୋଇଥିଲା । ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ଏବଂ ପରେ ସେମାନଙ୍କ ମଧ୍ୟରୁ ଅନେକ ଦେଶର ବିଭିନ୍ନ ସ୍ଥାନରେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୁଖ୍ୟାଳୟରେ ବହୁ ସଂଖ୍ୟକ ଜମାତି ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.