ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀଙ୍କୁ କୋରୋନା । ଶୁକ୍ରବାର ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି ।
ଶାହ ମେହମୁଦ କୁରେସୀ କହିଛନ୍ତି ଯେ, ଶୁକ୍ରବାର ଅପରାହ୍ନରେ ସେ ସାମାନ୍ୟ ଜ୍ବର ଅନୁଭବ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଘରେ ନିଜକୁ କ୍ବାରେଣ୍ଟାଇନରେ ରଖିଥିଲେ । ପରବର୍ତ୍ତୀ ସମୟରେ ସେ କୋରୋନା ଟେଷ୍ଟ କରିଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ରହିଥିଲା । କୁରେସୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ଘରୁ ନିଜ କାମ ଜାରି ରଖିବେ।
ଟ୍ବିଟ କରି ସେ ସୂଚନା ଦେଇଛନ୍ତି ଯ, ସେ ଅପରାହ୍ନରେ ସାମାନ୍ୟ ଜ୍ବର ଅନୁଭବ କରିଥିଲେ ଏବଂ ସଙ୍ଗେ ସଙ୍ଗେ ନିଜକୁ କ୍ବାରେଣ୍ଟାଇନ କରିଥିଲେ । ବର୍ତ୍ତମାନ କୋଭିଡ୍ 19 ରିପୋର୍ଟ ପଜିଟିଭ୍ ଆସିଛି । ଆଲ୍ଲାଙ୍କ ଅନୁଗ୍ରହରେ, ଦୃଢ ଏବଂ ଶକ୍ତିଶାଳୀ ଅନୁଭବ କରୁଛି । ମୁଁ ଘରୁ ମୋର କାମ ଜାରି ରଖିବି । ଦୟାକରି ମୋ ପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ ଟ୍ବିଟ କରି ଏହା କହିଛନ୍ତି ।