ETV Bharat / international

ପାକିସ୍ତାନରେ GST ଛାଡ଼ ବିକ୍ଷୋଭ କରିବେ ପଶୁ

author img

By

Published : Jan 30, 2022, 10:47 AM IST

ପାକିସ୍ତାନ ସରକାରଙ୍କ ବିରୋଧରେ ତାତିଲେ ଚାଷୀ । କୃଷିରୁ GST ଛାଡ଼କୁ ନେଇ ଆସନ୍ତା ଫେବୃଆରୀ 14 ତାରିଖରେ ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ଚାଷୀମାନେ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

pakistan farmers and animals to protest for gst exemption
pakistan: ଫେବୃଆରୀ 14ରେ ଜିଏସଟି ଛାଡ଼ ବିକ୍ଷୋଭ କରିବେ ପଶୁ

ଲାହୋର: ପାକିସ୍ତାନ ସରକାରଙ୍କ ବିରୋଧରେ ତାତିଲେ ଚାଷୀ । କୃଷିରୁ ଜିଏସଟି ଛାଡ଼କୁ ନେଇ ଆସନ୍ତା ଫେବୃଆରୀ 14 ତାରିଖରେ ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ଚାଷୀମାନେ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ କିଷାନ ସଭାପତି ଖାଲିଦ ମେହମୁଦ ଖୋଖର ଗତ ଶନିବାର ଲାହୋରରେ ଭାଷଣ ଦେଇ କହିଛନ୍ତି ଯେ, କେନ୍ଦ୍ର ଓ ପ୍ରାଦେଶିକ ସରକାରଙ୍କ ପ୍ରତିନିଧୀଙ୍କ ସହ ଅନେକ ଅଦରକାରୀ ବୈଠକ ପରେ ଆସନ୍ତା ଫେବୃଆରୀ 14 ତାରିଖରେ ମୁଲତାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସ୍ଥିର କରାଯାଇଛି ।

ଆସନ୍ତା ମାସରେ ହେବାକୁ ଥିବା ଏହି ବିକ୍ଷୋଭରେ ଚାଷୀଙ୍କ ସହ ଚାଷୀଙ୍କ ପିଲାମାନେ, ପଶୁ, କୁକୁଡ଼ା ଓ ମାଛମାନେ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହେବେ ବୋଲି PKI ସଭାପତି କହିଛନ୍ତି । ପାକିସ୍ତାନରେ ଚାଉଳ ହାଇବ୍ରିଡ୍ ବିହନ, ପନିପରିବା ମଞ୍ଜି, ଖାଇବା ବିହନ, ମାଛ, କ୍ଷୀର, ସୋୟାବିନ୍, କଞ୍ଚା କପା, ତେଲ ଭଳି କୃଷି ଜାତୀୟ ଦ୍ରବ୍ୟରୁ ସରକାର ଜିଏସଟି ଛାଡ଼କୁ ପ୍ରତ୍ୟାହାର କରି ନେଇଛନ୍ତି । ଯାହା ଫଳରେ କେବଳ କୃଷୀ ନୁହେଁ ପଶୁମାନଙ୍କୁ ମଧ୍ୟ ସମସ୍ୟାରେ ପକାଇବ ।

କିଷାନ ସଭାପତି ଖାଲିଦ ମେହମୁଦ କହିଛନ୍ତି ଯେ, ଆଇଏମଏଫରୁ କୃଷକ କିମ୍ବା ସେମାନଙ୍କ ପଶୁ କୌଣସି ଋଣ ପାଆନ୍ତି ନାହିଁ। ତେବେ ଆଇଏମଏଫ ସର୍ତ୍ତ ଆଧାରରେ ସେମାନଙ୍କ ଜୀବନଶୈଳୀ କାହିଁକି କଷ୍ଟକର କରାଯାଉଛି । ତେଣୁ ଚାଷୀମାନଙ୍କୁ ନେଇ ଏକ ଭିନ୍ନ ବିକ୍ଷୋଭ କରାଯିବ । ଯେଉଁଠାରେ ଚାଷୀଙ୍କ ସହ ସେମାନଙ୍କ ପଶୁମାନେ ମଧ୍ୟ ଏହି ପ୍ରତିବାଦରେ ଯୋଗ ଦେବା ନେଇ ଇଣ୍ଟରନ୍ୟାସନାଲ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.