ETV Bharat / international

68 ବର୍ଷ ପରେ ପ୍ରଥମ ଥର ପାଇଁ କମିଲା ପାକିସ୍ତାନର ଅଭିବୃଦ୍ଧି ହାର 0.38 ପ୍ରତିଶତ ହ୍ରାସ

author img

By

Published : Jun 13, 2020, 7:10 AM IST

କୋରୋନା ମହାମାରୀ ବେଳେ ପାକିସ୍ତାନର ଆର୍ଥିକ ଅଣ୍ଟା ଭାଙ୍ଗିଯାଇଛି । ଦେଶର ଅଭିବୃଦ୍ଧି ହାର ପ୍ରଥମ ଥର ପାଇଁ 68 ବର୍ଷ ତଳକୁ ଖସିଆସିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

68 ବର୍ଷ ପରେ ପ୍ରଥମ ଥର ପାଇଁ କମିଲା ପାକିସ୍ତାନର ଅଭିବୃଦ୍ଧି ହାର 0.38 ପ୍ରତିଶତ ହ୍ରାସ
68 ବର୍ଷ ପରେ ପ୍ରଥମ ଥର ପାଇଁ କମିଲା ପାକିସ୍ତାନର ଅଭିବୃଦ୍ଧି ହାର 0.38 ପ୍ରତିଶତ ହ୍ରାସ

ଇସଲାମାବାଦ: କୋରୋନା ମହାମାରୀ ବେଳେ ପାକିସ୍ତାନର ଆର୍ଥିକ ଅଣ୍ଟା ଭାଙ୍ଗିଯାଇଛି । ଦେଶର ଅଭିବୃଦ୍ଧି ହାର ପ୍ରଥମ ଥର ପାଇଁ 68 ବର୍ଷ ତଳକୁ ଖସିଆସିଛି । ପୂର୍ବରୁ ଆର୍ଥିକ ସମସ୍ୟାରେ ଧନ୍ଦି ହେଉଥିବା ପାକିସ୍ତାନ କରୋନା ମାଡ଼ରେ ଆହୁରି ସମସ୍ୟାରେ ପଡ଼ିଛି। 2019-20 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 0.38 ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ବ୍ୟାପାରର ପରାମର୍ଶଦାତା ଅବଦୁଲ ହାଫିଜ ଶେଖ ଆର୍ଥିକ ସମୀକ୍ଷା କରି ଏହା କହିଛନ୍ତି । କୋରୋନା ଭାଇରସ ଯୋଗୁଁ ଅର୍ଥନୀତି ବହୁତ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆର୍ଥିକ ବର୍ଷ ଜୁଲାଇ 1ରୁ 30 ଜୁନ୍ ପର୍ଯ୍ୟନ୍ତ । ଅର୍ଥନୀତିକ ସମୀକ୍ଷା ଅନୁଯାୟୀ, କୋରୋନା ମହାମାରୀ ପୂର୍ବରୁ ମଧ୍ୟ ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ଶିଳ୍ପ ପ୍ରଭାବିତ ହୋଇଥିଲା । ଏହା ସହିତ, କୋରୋନା ପ୍ରଭାବରେ ଅର୍ଥନୀତି 0.38 ପ୍ରତିଶତ ହ୍ରାସ ହୋଇଥିବା କୁହାଯାଉଛି ।

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରଏଟର୍ସର ରିପୋର୍ଟ ଅନୁଯାୟୀ ଜୁନ୍ 30ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ରାଜକୋଷ କ୍ଷତି ଜିଡିପିର 9.4 ପ୍ରତିଶତ ହୋଇଛି । ପୂର୍ବରୁ ଏହା 7.5 ପ୍ରତିଶତ ରହିବ ବୋଲି ଧାର୍ଯ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.