ETV Bharat / international

ପାକିସ୍ତାନର ଗୋଟିଏ ଡାକ୍ତରଖାନାରେ 18 ଡାକ୍ତର, ସ୍ବାସ୍ଥ୍ୟକର୍ମୀ କୋରୋନା ସଂକ୍ରମିତ

author img

By

Published : Apr 12, 2020, 10:42 PM IST

ପାକିସ୍ତାନରେ ସାଂଘାତିକ କୋରୋନା ଜୀବାଣୁ ସହିତ ଲଢୁଥିବା ଡାକ୍ତର ଏବଂ ଅନ୍ୟ ସ୍ବୀସ୍ଥ୍ୟ କର୍ମୀମାନେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଏ) ଅଭାବର ସମ୍ମୁଖୀନ ହେଉଛନ୍ତି । ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ସମାନ ଡାକ୍ତରଖାନାର 12 ଜଣ ଡାକ୍ତର ଏବଂ 6ଜଣ ନର୍ସ କୋରୋନା ଶିକାର ହୋଇଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଇସଲାମାବାଦ: କୋରୋନାର ଆତଙ୍କରେ ବିଶ୍ବବାସୀ ଆତଙ୍କିତ । ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ଓ ସଂକ୍ରମଣ ରିପୋର୍ଟ । ଏପରିସ୍ଥିତିରେ ସବୁଠାରୁ ଚିନ୍ତାଜନକ ଖବର ହେଲା ଯେ କୋରୋନା ଯୁଦ୍ଧରେ ଫ୍ରଣ୍ଟ ଲାଇନ ଯୋଦ୍ଧା ଏବେ କୋରୋନା କବଳରେ କବଳିତ ହେବାରେ ଲାଗୁଛନ୍ତି । ପାକିସ୍ତାନର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋରୋନା ସଂକ୍ରମିତ ହେବାରେ ଲାଗିଛନ୍ତି ।

ପାକିସ୍ତାନରେ ପ୍ରାଣଘାତକ କୋରୋନା ଜୀବାଣୁ ସହିତ ଲଢୁଥିବା ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଏ) ଅଭାବର ସମ୍ମୁଖୀନ ହେଉଛନ୍ତି । ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ସମାନ ଡାକ୍ତରଖାନାର 12 ଜଣ ଡାକ୍ତର ଏବଂ 6ଜଣ ନର୍ସ କୋରୋନା ଶିକାର ହୋଇଛନ୍ତି ।

ପଞ୍ଜାବର ବୃହତ୍ତମ ଡାକ୍ତରଖାନା ନିସ୍ତର ମେଡିକାଲ ହସ୍ପିଟାଲରେ 12 ଜଣ ଡାକ୍ତର ଏବଂ 6ଜଣ ନର୍ସ ରବିବାର କୋରୋନା ପଜିଟିଭ ରହିଛନ୍ତି ।

ମୁଲତାନଙ୍କ ଘଟଣାରେ ପରେ କରାଚୀରୁ ଖବର ଆସିଛି ଯେ ସେଠାରେ ଥିବା ଅନେକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା 20 ଜଣ ଡାକ୍ତର ଏବଂ ଅନ୍ୟ ପାରାମେଡିକ୍ କର୍ମଚାରୀଙ୍କ ମଧ୍ୟରେ କୋରୋନା ରିପୋର୍ଟ ପଜିଟିଭ ରହିଛି । ଏହା ଚିନ୍ତାର ବିଷୟ ଯେ କରାଚୀର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ 6ଟି ଡାକ୍ତରଖାନାରେ ଏହି ମାମଲା ଦେଖିବାକୁ ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ 5170 କୋରୋନା ପଜିଟିଭ ରିପୋର୍ଟ ରହିଛି । 1026 ଆରୋଗ୍ୟ ଲାଭ କରିଥିବା ବେଳେ 88 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.