ETV Bharat / international

ପାକିସ୍ତାନରେ ରେକର୍ଡ 4000 ଉପରେ କେସ, ଚୀନକୁ ଟପିଲା ଆକ୍ରାନ୍ତ

author img

By

Published : Jun 5, 2020, 3:01 AM IST

କୋରୋନା ଆକ୍ରାନ୍ତ ସଂଖ୍ୟାରେ ଚୀନ ବିଶ୍ବରେ 18ତମ ସ୍ଥାନରେ ରହିଛି । ପାକ୍ 17ତମ ସ୍ଥାନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ରେକର୍ଡ 4000 ଉପରେ କେସ, ଚୀନକୁ ଟପିଲା ଆକ୍ରାନ୍ତ
ପାକିସ୍ତାନରେ ରେକର୍ଡ 4000 ଉପରେ କେସ, ଚୀନକୁ ଟପିଲା ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ସାଙ୍ଘାତିକ ପାଲଟିଛି । ପ୍ରଥମ ଥର ପାଇଁ ଏଠାରେ 4000 ଉପରେ ମାମଲା ପହଞ୍ଚିଛି । ଗତ 24 ଘଣ୍ଟାରେ 4688 ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଦେଶରେ ମୋଟ୍ ଆକ୍ରାନ୍ତ 85 ହଜାର 246 ଛୁଇଁଛି ।

ଏହାସହ ଚୀନର ମୋଟ୍ ଆକ୍ରାନ୍ତ ସଂଖ୍ୟାକୁ ପାର କରିଛି ପାକ୍ । ଚୀନରେ ଏବେ ଯାଏଁ 84 ହଜାର 160 ଆକ୍ରାନ୍ତ ବାହାରିଛନ୍ତି । ଏହା ବିଶ୍ବରେ 18ତମ ସ୍ଥାନରେ ରହିଛି । ପାକ୍ 17ତମ ସ୍ଥାନରେ ପହଞ୍ଚିଛି । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ ଏଠାରେ 82ଟି ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା 1770 ରହିଛି ।

ପାକିସ୍ତାନରେ ଗୁରୁବାର ବାହାରିଥିବା 4688 ମାମଲା ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ । ଏବେ ଯାଏଁ ଦେଶରେ 30 ହଜାର 128 ଲୋକ ସୁସ୍ଥ ହୋଇସାରିଲେଣି । ସିନ୍ଧରେ ସର୍ବାଧିକ 32 ହଜାର 910 ପଜିଟିଭ ବାହାରିଛନ୍ତି । ପଞ୍ଜାବରେ ଦ୍ବିତୀୟ ସର୍ବାଧିକ 31 ହଜାର 104 ଆକ୍ରାନ୍ତ ବାହାରିଛନ୍ତି । ତେବେ ଗତ 24 ଘଣ୍ଟାରେ 20 ହଜାର 167ଟି ସାମ୍ପଲ ଟେଷ୍ଟ ହୋଇଛି । ଏବେ ସୁଦ୍ଧା ମୋଟ୍ 6 ଲକ୍ଷ 15 ହଜାର 511ଟି ଟେଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.