ETV Bharat / international

ପ୍ରବଳ ଅଭିଯୋଗ ପରେ ପାକିସ୍ତାନରେ ବ୍ୟାନ ହେଲା PUBG

author img

By

Published : Jul 5, 2020, 1:15 PM IST

ବିଶ୍ବର ଅନେକ ଦେଶ ଚୀନ ବିରୋଧୀ ଆଚରଣ କରୁଥିଲେ ବି ତାର ପରମ ବନ୍ଧୁ ପାକିସ୍ତାନ ସର୍ବଦା ତାସହ ମିତ୍ରତା ରଖିଆସିଛି। ହେଲେ ହଠାତ୍ ଏବେ ପାକ୍ ଚୀନର ପବଜି୍ ଗେମ ଆପକୁ ଦେଶରେ ବ୍ୟାନ କରିଛି।

ପ୍ରବଳ ଅଭିଯୋଗ ପରେ ପାକିସ୍ତାନରେ ବ୍ୟାନ ହେଲା PUBG
ପ୍ରବଳ ଅଭିଯୋଗ ପରେ ପାକିସ୍ତାନରେ ବ୍ୟାନ ହେଲା PUBG

ଇସଲାମାବାଦ୍: ଭାରତ ଗତ କିଛିଦିନ ତଳେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଛି। ଯାହାର ଫଳସ୍ବରୂପ 59 ଚାଇନିଜ୍ ଆପକୁ ଦେଶରେ ବ୍ୟାନ କରାଯାଇଛି। ଯାହା ଚୀନ ଉପରେ ଭାରି ପଡିବା ସହ ରାଗରେ ଚାଉଳ ଚୋବାଉଛି ଏହି ଭାଇରସ ପ୍ରଦାନକାରୀ ଦେଶ।

ବିଶ୍ବର ଅନେକ ଦେଶ ଚୀନ ବିରୋଧୀ ଆଚରଣ କରୁଥିଲେ ବି ତାର ପରମ ବନ୍ଧୁ ପାକିସ୍ତାନ ସର୍ବଦା ତାସହ ମିତ୍ରତା ରଖିଆସିଛି। ହେଲେ ହଠାତ୍ ଏବେ ପାକ୍ ଚୀନର ପବଜି୍ ଗେମ ଆପକୁ ଦେଶରେ ବ୍ୟାନ କରିଛି। ମିଳିଥିବା ଏକ ରିପୋର୍ଟ ଅନୁସାରେ ଇସଲାମିକ୍ ରିପବ୍ଲିକ୍ ରାଷ୍ଟ୍ର ପିଲାମାନଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷେଧ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ଥାୟୀ ଅଟେ ।

ଏହି ଗେମ୍ ନିଶା ପିଲାମାନଙ୍କର ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବାରୁ ଦେଶ କର୍ତ୍ତୃପକ୍ଷ ଏହି ଲୋକପ୍ରିୟ ଖେଳକୁ ନିଷିଦ୍ଧ କରିଛନ୍ତି। ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (PTA)ଏହାର ଟୁଇଟ୍ ଜରିଆରେ ଏହି ନିଷ୍ପତ୍ତି ନେଇଛନ୍ତି। “ସମାଜର ବିଭିନ୍ନ ବର୍ଗରୁ ପାଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପିଟିଏ ପ୍ଲେୟାର ଅଜ୍ଞାତର ବ୍ୟାଟ ଗ୍ରାଉଣ୍ଡ PUBG ଖେଳକୁ ସାମୟିକ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

ଏହି ସମୟରେ ପାକିସ୍ତାନର ପବଜି୍ ଖେଳାଳିଙ୍କ ପାଇଁ ସାମୟିକ ଭାବରେ ସ୍ଥଗିତ ରହିବ କିମ୍ବା ପୁନଃ ସ୍ଥାପିତ ହେବ ସେନେଇ ଏଜେନ୍ସି ଜୁଲାଇ 10 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରୁଛି। ଏହି ନିଷେଧାଦେଶ ଏପରି ଏକ ସମୟରେ ଆସିଛି ଯେତେବେଳେ ସୁସ୍ଥ ଖେଳ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ପବଜି୍ ଗେମ ପ୍ଲେ ମ୍ୟାନେଜମେଣ୍ଟ ସିଷ୍ଟମ ଆଣିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.