ETV Bharat / international

ବିଶ୍ଵରେ 60.9 ଲକ୍ଷରୁ ଅଧିକ କୋଭିଡ୍ ମାମଲା, ମୃତ୍ୟୁ ସଂଖ୍ୟା 3.68 ଲକ୍ଷକୁ ବୃଦ୍ଧି - କୋରୋନା ମହାମାରୀ

ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ 68,203 ନୂଆ ରୋଗୀ ଚିହ୍ନଟ ଏବଂ 2,408 ମୃତ୍ୟୁ ଘଟିଛି। 27 ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ପ୍ରାୟଃ 30.3 ଲକ୍ଷ ଲୋକ ସୁସ୍ଥ ହେବାକୁ ସଂଘର୍ଷ କରୁଛନ୍ତି।

ବିଶ୍ଵରେ 60.9 ଲକ୍ଷରୁ ଅଧିକ କୋଭିଡ୍ ମାମଲା, ମୃତ୍ୟୁ ସଂଖ୍ୟା 3.68 ଲକ୍ଷକୁ ବୃଦ୍ଧି

author img

By

Published : May 31, 2020, 9:49 AM IST

ନୂଆଦିଲ୍ଲୀ: ଚାହିଁଲେ ବି ସଂକ୍ରମଣ ରୋକିବାକୁ, ହେଉନାହିଁ। ଦିନକୁ ଦିନ ଦ୍ରୁତ ଗତିରେ ମାଡିଚାଲିଛି କୋରୋନା ସଂକ୍ରମଣ। ଡିସେମ୍ବର 2019 ଶେଷରେ ଚାଇନାର ଉହାନ୍ ବଜାରରୁ ବ୍ୟାପିଥିବା କୋରୋନା ଭାଇରସ୍ ବର୍ତ୍ତମାନ 3.68 ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ସମଗ୍ର ବିଶ୍ୱରେ 60.9 ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି।

ୱାଲ୍ଡୋମିଟର ୱେବସାଇଟ୍ ଅନୁଯାୟୀ ଶନିବାର ପ୍ରାୟ 60,94,621 ଲୋକ କୋଭିଡ୍-19 ସଂସ୍ପର୍ଶରେ ଆସିଛନ୍ତି ଏବଂ ବିଶ୍ବରେ ପ୍ରାୟ 3,68,830 ଲୋକ ଏହି ଜୀବାଣୁଙ୍କ ନିକଟରେ ଆକ୍ରାନ୍ତ ହୋଇଛନ୍ତି। ୱେବସାଇଟ୍ ଆହୁରି ମଧ୍ୟ ଦର୍ଶାଉଛି ଯେ, ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ 68,203 ନୂଆ ରୋଗୀ ଚିହ୍ନଟ ଏବଂ 2,408 ମୃତ୍ୟୁ ଘଟିଛି। 27 ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ପ୍ରାୟଃ 30.3 ଲକ୍ଷ ଲୋକ ସୁସ୍ଥ ହେବାକୁ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା 11 ମାର୍ଚ୍ଚ 2020 ରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ବାରା 'ମହାମାରୀ' ଭାବରେ ଘୋଷିତ ହୋଇଥିବା ଜୀବାଣୁରୁ ମୁକ୍ତି ପାଇବା ପାଇଁ ସଂଘର୍ଷ ବିଶ୍ବଵ୍ଯାପି ଜାରି ରହିଛି।

ସୂଚନାଯୋଗ୍ୟ ଏହି ଭୂତାଣୁ ପ୍ରଥମେ ଚୀନ୍ ରେ ଜାନୁଆରୀ 13, 2020 ରେ ରେକର୍ଡ କରାଯାଇଥିଲା। ଯେତେବେଳେ ଅଧିକାରୀମାନେ ଥାଇଲ୍ୟାଣ୍ଡରେ ଏକ ମାମଲା ନିଶ୍ଚିତ କରିଥିଲେ। ଏଵେଯାଏଁ ଯୁକ୍ତରାଷ୍ଟ୍ର ଆମେରିକା (ଯୁକ୍ତରାଷ୍ଟ୍ର) ଦୁନିଆର ସବୁଠାରୁ ଖରାପ କୋଭିଡ୍-19 ହିଟ୍ ଦେଶ ଭାଵେ ପରିଗଣିତ ହେଉଛି। ଯେଉଁଠାରେ 18 ଲକ୍ଷରୁ ଅଧିକ ଲୋକ କୋରୋନା ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ଆମେରିକା ଶନିବାର ଦିନ 12,541 ପଜିଟିଭ୍ ମାମଲା ରେକର୍ଡ କରାଯାଇଛି। ଏହାପୂର୍ବରୁ ଶନିବାର ଦିନ ୟୁରୋପୀୟ ୟୁନିଅନ୍ (EU) କୋଭିଡ୍-19 ମହାମାରୀକୁ ନିୟନ୍ତ୍ରଣ କରି ଡବ୍ଲୁଏଚଓ ସହିତ ସମ୍ପର୍କ କାଟିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଆମେରିକାକୁ ଅନୁରୋଧ କରିଥିଲା।

ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ଜୋସେପ୍ ବୋରେଲ୍ କହିଛନ୍ତି ଯେ,ଏହି ବିଶ୍ବ ସ୍ତରୀୟ ବିପଦକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସହଯୋଗ ଏବଂ ସାଧାରଣ ସମାଧାନର ସମୟ ଆସିଛି। କୋଭିଡ୍ ମୁକାଵିଲା ରେ ଆନ୍ତର୍ଜାତୀୟ ଫଳାଫଳକୁ ଦୁର୍ବଳ କରୁଥିବା କାର୍ଯ୍ୟକୁ ଏଡ଼ାଇବାକୁ ହେବ। ଆମେରିକା ପରେ ବ୍ରାଜିଲ୍ ଅନୁସରଣ କରିଛି ଯାହା ଗତ କିଛି ଦିନରୁ ନିଶ୍ଚିତ ହୋଇଥିବା ମାମଲା ଗୁଡ଼ିକରେ ହ୍ରାସ କରାଇଛି। ପାଖାପାଖି 1200 ନୂଆ କୋଭିଡ୍ କେସ୍ ଥିବା ବ୍ରାଜିଲରେ ବର୍ତ୍ତମାନ 4.69 ଲକ୍ଷ ସଂକ୍ରମିତ ରହିଛନ୍ତି।

ଆମେରିକା ପରେ ଶନିବାରରେ ଦ୍ୱିତୀୟ ସର୍ବାଧିକ ସଂଖ୍ୟକ କୋଭିଡ୍ କେସ୍ ଋଷରେ ଦେଖା ଦେଇଛି। ଯାହା ବର୍ତ୍ତମାନ ଦେଶରେ 3.96 ଲକ୍ଷ କୋରୋନା ଭାଇରସ୍ ସଂକ୍ରମଣ ହୋଇଛି। ଶନିବାର ଦିନ ଋଷରେ 8,952 ସଂକ୍ରମଣ ଶିକାର ହୋଇଛନ୍ତି। ଚତୁର୍ଥ ସ୍ଥାନରେ ସ୍ପେନ ରହି ସଂକ୍ରମଣ ସଂଖ୍ୟା 664 ବୃଦ୍ଧି ପାଇଛି। ଏହି ଦେଶର ମୋଟ କୋଭିଡ୍ ଗଣନା 2.86 ଲକ୍ଷକୁ ବୃଦ୍ଧି ପାଇଛି।

ଯୁକ୍ତରାଜ୍ୟ (ୟୁକେ) ରେ 1,604 ଟି ନୂଆ ମାମଲା ସହିତ ବର୍ତ୍ତମାନ 2.72 ଲକ୍ଷରୁ ଅଧିକ ପଜିଟିଭ୍ କେସ୍ ରହିଛି। ପ୍ରାୟ ତିନି ମାସର କୋଭିଡ୍-19 ଅଟକି ରହିବା ପରେ ଇଂଲଣ୍ଡରେ ରୋଗୀ ସଂଖ୍ୟା ବଢି ଚାଲିଛି। ସୂଚନାଯୋଗ୍ୟ ଇଟାଲୀରେ 2.32 ଲକ୍ଷ, ଫ୍ରାନ୍ସ 1.86 ଲକ୍ଷ, ଜର୍ମାନୀ 1.83 ଲକ୍ଷ, ଭାରତ 1.81 ଲକ୍ଷ, ଏବଂ ତୁର୍କୀ 1.63 ଲକ୍ଷ ସର୍ବାଧିକ କୋଭିଡ୍-19 ଥିବା ଦେଶ ଭାଵେ ପରିଗଣିତ ହେଉଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.