ETV Bharat / international

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

author img

By

Published : Mar 9, 2022, 8:52 AM IST

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବଡ ଝଟ୍‌କା । ଗାଦିଚ୍ୟୁତ ହୋଇପାରନ୍ତି ଇମ୍ରାନ ଖାନ । ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧି ଦଳ । ଅଧିକ ପଢନ୍ତୁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଝଟ୍‌କା । ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ(no-confidence motion) ଆଣିଲେ ବିରୋଧି ଦଳ । ଦେଶର ଦରଦାମ୍ ବୃଦ୍ଧି ପାଇଁ ଇମ୍ରାନ ସରକାରଙ୍କୁ ଦାୟୀ କରି ପ୍ରମୁଖ ବିରୋଧ ଦଳ ତାଙ୍କୁ ଗାଦିଚ୍ୟୁତ କରିବାକୁ ଦାବି କରିଛନ୍ତି । ମଙ୍ଗଳବାର ସଂସଦରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ-ନୱାଜ(PML-N) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି(PPP) ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ ୧୦୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି ।

ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଉପରେ ୬୮ ସଦସ୍ୟଙ୍କ ସ୍ବାକ୍ଷର ଆବଶ୍ୟକ ହୋଇଥାଏ । ତେବେ ପ୍ରସ୍ତାବ ଆଗତ ନେଇ ମୁସଲିମ ଲିଗ-ନୱାଜ ପାର୍ଟି ଅଧ୍ୟକ୍ଷ ଶାହବାଜ ଶରିଫ୍ କହିଛନ୍ତି, ଆମେ ପାକିସ୍ତାନବାସୀଙ୍କ ହିତ ପାଇଁ ଇମ୍ରାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛୁ, ନିଜ ପାଇଁ ନୁହେଁ ।

ଆସନ୍ତା ୭ ଦିନ ମଧ୍ୟରେ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରିବେ । ପାକିସ୍ତାନ ସଂସଦରେ ୩୪୨ ସଦସ୍ୟ ରହିଥିବାବେଳେ ପ୍ରସ୍ତାବ ପାରିତ ହେବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଅର୍ଥାତ୍ ୧୭୨ ସଦସ୍ୟ ପ୍ରସ୍ତାବକୁ ସମର୍ଥନ କଲେ ଇମ୍ରାନ ଖାନ ଗାଦିଚ୍ୟୁତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.