ETV Bharat / international

ଖୁବଶୀଘ୍ର ଓପ୍ପୋ ଲଞ୍ଚ କରିବ ନିଜର ପ୍ରଥମ ସ୍ମାର୍ଟ ଟିଭି - ଓପ୍ପୋ ନୂଆ ଲଞ୍ଚିଂ

ରବିବାର ଚୀନରେ 1ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ନିଜ ଅଫିସିଆଲ ୱେବ ପେଜରେ ଇନଫୋଗ୍ରାଫିକ୍ସ ଜରିଆରେ ନିଜର ସ୍ମାର୍ଟ ଟିଭି ଲଞ୍ଚିଂ ନେଇ ସ୍ପଷ୍ଟ କରିଛି ଚାଇନିଜ ସ୍ମାର୍ଟଫୋନ ମେକର ଓପ୍ପୋ ।

oppo smart tv, smart tv, oppo latest news, oppo new launching, latest technology news, ଓପ୍ପୋର ସ୍ମାର୍ଟ ଟିଭି, ସ୍ମାର୍ଟ ଟିଭି, ଓପ୍ପୋ ଲାଟେଷ୍ଟ ନ୍ୟୁଜ୍‌, ଓପ୍ପୋ ନୂଆ ଲଞ୍ଚିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଖୁବଶୀଘ୍ର ଓପ୍ପୋ ଲଞ୍ଚ କରିବ ନିଜର ପ୍ରଥମ ସ୍ମାର୍ଟ ଟିଭି
author img

By

Published : Jun 8, 2020, 12:14 AM IST

ବେଜିଂ: ଚୀନରେ ଓପ୍ପୋର 5ଜି ସେବାକୁ ବର୍ଷେ ପୂରିଛି । ଇତି ମଧ୍ୟରେ ଚୀନରେ ଓପ୍ପୋ ଅନେକ ଗ୍ରାହକଙ୍କ ପ୍ରିୟପାତ୍ର ପାଲଟିଥିବା ବେଳେ ପୁଣି ଏକ ନୂଆ ଘୋଷଣା କରିଛି କମ୍ପାନୀ । ରବିବାର ଚୀନରେ 1ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ନିଜ ଅଫିସିଆଲ ୱେବ ପେଜରେ ଇନଫୋଗ୍ରାଫିକ୍ସ ଜରିଆରେ ନିଜର ସ୍ମାର୍ଟ ଟିଭି ଲଞ୍ଚିଂ ନେଇ ସ୍ପଷ୍ଟ କରିଛି । ବର୍ତ୍ତମାନ ଟେକ୍ନୋଲୋଜି ବଜାରରେ ଓପ୍ପୋର ଚାହିଦା ବଢିଚାଲିଥିବା ବେଳେ ଏହି ନୂଆ ଆଡିସନ କମ୍ପାନୀକୁ ଅଧିକ ଲୋକପ୍ରିୟ କରିବ ବୋଲି କମ୍ପାନୀ ଆଶା ରଖିଛି ।

ବର୍ତ୍ତମାନ କମ୍ପାନୀ ସ୍ମାର୍ଟଟିଭି, ସ୍ମାର୍ଟଫୋନ ଓ ଓୟାରେବୁଲ ଡିଭାଇସ ବିକଶିତ କରି ଲଞ୍ଚି କରିବା ଯୋଜନା ରଖିଥିବା ବେଳେ ତାଲିକାରେ ଆଗକୁ ରହିଛି ଆଇଓଟି ପ୍ରଡକ୍ଟ । ଏହା ପୂର୍ବରୁ ଓପ୍ପୋ ଭାଇସ ପ୍ରେସିଡେଣ୍ଟ ଲିୟୁ ବୋ ଗଣମାଧ୍ୟମକୁ କହିଥିଲେ କି ଚାଇନିଜ ସ୍ମାର୍ଟଫୋନ ମେକର ଖୁବଶୀଘ୍ର ସ୍ମାର୍ଟ ଟିଭି ବଜାରରେ ଏଣ୍ଟ୍ରି କରିବାକୁ ଯାଉଛି । ଏହିକ୍ରମରେ ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ କମ୍ପାନୀ ନିଜର ପ୍ରଥମ ସ୍ମାର୍ଟ ଟିଭି ଲଞ୍ଚ କରିବାର ଯୋଜନା ରଖିଛି ।

ଏହି ସ୍ମାର୍ଟ ଟିଭିରେ ଆଣ୍ଡ୍ରଏଡ ସେବା ରହିବ । ଏଥିସହ ଏହି ଟିଭିରେ ୱାନ ପ୍ଲସ ଓ ସାମସଙ୍ଗ ଟିଭି ପରି ଅନ୍ୟ ସମସ୍ତ ସୁବିଧା ମଧ୍ୟ ରହିବ । ବର୍ତ୍ତମାନ ସମୟରେ ସ୍ମାର୍ଟଟିଭିର ଚାହିଦା ବଢିଚାଲିଥିବାରୁ ଅନେକ ବ୍ରାଣ୍ଡ ନିଜର ସ୍ମାର୍ଟ ଟିଭି ଆଣିବାକୁ ବ୍ୟଗ୍ର ରହିଛନ୍ତି । ଏମିତିରେ ପ୍ରତିଯୋଗିତାକୁ ଅଧିକ କଠିନ କରିବା ପାଇଁ ରେସରେ ସାମିଲ ହେବାକୁ ଯାଇଛି ଓପ୍ପୋ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.