ବେଜିଂ: ସାରା ବିଶ୍ବରେ କୋରୋନା ବିତ୍ପାତ ଜାରି ରହିଛି । ବିଶ୍ବର ଶତାଧିକ ରାଷ୍ଟ୍ର କୋରୋନା ସଂକ୍ରମିତ । ଏପରିସ୍ଥଳେ କୋରୋନା କବଳରୁ ରକ୍ଷା ପାଇଥିବା ଚୀନ ଅନ୍ୟ ଦେଶକୁ ସହାୟତା କରୁଛି ଏହି କ୍ରମରେ ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗର ଡାକ୍ତରୀ ବିଶେଷଜ୍ଞ ଗୋଷ୍ଠୀ ପଶ୍ଚିମ ଆଫ୍ରିକା ଦେଶଗୁଡିକରେ ବହୁରାଷ୍ଟ୍ରୀୟ ଡାକ୍ତରୀ ଦଳଙ୍କୁ ଅନଲାଇନ୍ ମାଧ୍ୟମରୋ କୋରୋନା ବିରୋଧୀ ଲଢେଇ ପାଇଁ ତାଲିମ ପ୍ରଦାନ କରୁଛନ୍ତି ।
ନାଇଜର, ଗୁଇନିଆ-ବିସାଉ, ସେନେଗାଲ, ସିଏରା ଲିୟୋନ , କେପ ୱର୍ଡେ, ବେନିନ, ଚାଡ, ଲାଇବେରିଆ, ଗୁଇନିଆ, ଗାମ୍ବିଆ, ମାଲି, ଟୋଗୋ, ଘାନା ଇତ୍ୟାଦି ଆଫ୍ରିକାର 14 ଟି ଦେଶରୁ 242 ସଦସ୍ୟ ସହାୟତା ଦଳ ଏବଂ ବିଶେଷଜ୍ଞ ଗୋଷ୍ଠୀର ସଦସ୍ୟ ଅଛନ୍ତି । ଏହି ତାଲିମ ଗ୍ରହଣ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ |
ଏହି ତାଲିମକୁ ଚୀନର ମେଡିସିନ୍ ସ୍ପେଶାଲିଷ୍ଟ ଗ୍ରୁପ୍ ର ଡେପୁଟି ହେଡ୍ ଲାଙ୍ଗ୍ ଲଙ୍ଗ୍ ପରିଚାଳନା କରିଥିଲେ । ଚାଇନାର ବିଶେଷଜ୍ଞମାନେ କୋରୋନାଭାଇରସ୍ ନିରାକରଣ ଏବଂ ଚିକିତ୍ସା ବିକଳ୍ପ ତଥା ମହାମାରୀରେ ଚିକିତ୍ସକଙ୍କ ପ୍ରତିରକ୍ଷା ପଦକ୍ଷେପ ଉପରେ ଅନଲାଇନ୍ ତାଲିମ ଦେଇଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଉହାନରେ ସାହାଯ୍ୟ କରୁଥିବା ଡାକ୍ତରଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଥିଲେ |
@IANS