ETV Bharat / international

ଉତ୍ତର-ଦକ୍ଷିଣ କୋରିଆ ମୁହାଁମୁହିଁ ସ୍ଥିତି, ସୀମାରେ ସେନା ମୁତୟନ ଜାରି - ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ

ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତତାର ପରିଣାମ ସ୍ବରୂପ ସୀମାରେ ଉତ୍ତର କୋରିଆ ସେନା ନିୟୋଜନ କରିବାରେ ଲାଗି ପଡିଛି । ଏହା ଆଗକୁ ଦକ୍ଷିଣ କୋରିଆ ଉପରେ ହେବାକୁ ଥିବା ସମ୍ଭାବ୍ୟ ଆକ୍ରମଣର ପଦପାତ ବୋଲି ଅନେକ ଆକଳନ କରିଛନ୍ତି ।

north-south korea face off, north-south korea relation, inter-korean agreement, ଉତ୍ତର-ଦକ୍ଷିଣ କୋରିଆ ଯୁଦ୍ଧ ପରିସ୍ଥିତି, ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ, ଅନ୍ତଃକୋରିଆନ ଚୁକ୍ତି
ଉତ୍ତର-ଦକ୍ଷିଣ କୋରିଆ ମୁହାଁମୁହିଁ ସ୍ଥିତି, ସୀମାରେ ସେନା ମୁତୟନ ଜାରି
author img

By

Published : Jun 22, 2020, 7:37 AM IST

ସିଓଲ: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଥିବା ତିକ୍ତତାର ପରିଣାମ ସ୍ବରୂପ ସୀମାରେ ଉତ୍ତର କୋରିଆ ସେନା ନିୟୋଜନ କରିବାରେ ଲାଗି ପଡିଛି । ଏହା ଆଗକୁ ଦକ୍ଷିଣ କୋରିଆ ଉପରେ ହେବାକୁ ଥିବା ସମ୍ଭାବ୍ୟ ଆକ୍ରମଣର ପଦପାତ ବୋଲି ଅନେକ ଆକଳନ କରିଛନ୍ତି । ବର୍ତ୍ତମାନ ଉତ୍ତର କୋରିଆ 5 ଜଣିଆ ସୈନିକ ଦଳ ସହ ବିସ୍ଫୋରକ ଓ ଯୁଦ୍ଧ ସାମଗ୍ରୀ ଆଦି ଦକ୍ଷିଣ କୋରିଆର ସେନାବିହୀନ ଅଞ୍ଚଳକୁ ପଠାଇବା ଆରମ୍ଭ କରିଛି ।

ସୂଚନା ମୁତାବକ କିଛି ଦେଶଦ୍ରୋହୀ ବିଶ୍ବାସଘାତକତା କରି ଦକ୍ଷିଣ କୋରିଆର ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ଉତ୍ତର କୋରିଆରେ ବାଣ୍ଟିଥିଲେ । ଅନ୍ତଃକୋରିଆନ ଚୁକ୍ତି ଅନୁଯାୟୀ ଦକ୍ଷିଣ କୋରିଆ ନିୟମ ଉଲଙ୍ଘନ କରିଥିବାରୁ କ୍ରୋଧାନ୍ବିତ ହୋଇ ଉତ୍ତର କୋରିଆ ଯୁଦ୍ଧର ଆଭାସ ଦେଇଥିଲା । ଦକ୍ଷିଣ କୋରିଆର ଏହି କାର୍ଯ୍ୟକୁ ନିନ୍ଦା କରି ଉତ୍ତର କୋରିଆ କୈସଙ୍ଗଠାରେ ଥିବା ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଧ୍ବଂସ କରିଥିଲା । ଏଥିସହ ଆଗକୁ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣର ଯୋଜନା ରଖିଥିବା ମଧ୍ୟ ସ୍ପଷ୍ଟ କରିଛି ।

ସେପଟେ ପ୍ରତିକ୍ରିୟା ସ୍ବର ଉତ୍ତର କୋରିଆ ସିଓଲ ବିରୋଧୀ ଲିଫ୍ଲେଟ ପ୍ରସ୍ତୁତ କରି ସିଓଲ ପଠାଇବାର ଯୋଜନା କରୁଥିବା ସ୍ପଷ୍ଟ କରିଛି । ତେବେ ଉତ୍ତର କୋରିଆର ଏହି ସେନା ନିୟୋଜନ ଦ୍ବାରା ଆଗକୁ ଉଭୟ ରାଷ୍ଟ୍ର ମଧ୍ୟରେ ପରିସ୍ଥିତି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି । ହେଲେ ଦକ୍ଷିଣ କୋରିଆ ଏନେଇ ପ୍ରସ୍ତୁତ ରହିବା ସହ ଉତ୍ତର କୋରିଆର ପ୍ରତ୍ୟେକ ଚାଲ ଉପରେ ନଜର ରଖିଥିବା ସ୍ପଷ୍ଟ କରିଛି । ଆଗକୁ ଯଦି ଉତ୍ତର କୋରିଆ ଆକ୍ରମଣାତ୍ମକ ଆଚରଣ ଦେଖାଏ ତେବେ ଦକ୍ଷିଣ କୋରିଆ ଏହାର କଡା ଜବାବ ଦେବ ବୋଲି ସେନା ଚେତବାନୀ ଦେଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.