ETV Bharat / international

କୋରିଆର କବାଟ ବାଡେଇଲାଣି କୋରୋନା, ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ - କୋରୋନା ମହାମାରୀ

କୋଭିଡ୍ ଲଢେଇରେ ସମଗ୍ର ଵିଶ୍ଵରେ କୋରିଆ ସର୍ବାଗ୍ରେ ରହିଥିବା ବେଳେ ଏବେ ଭାଇରସର ଉପସ୍ଥିତିକି ନେଇ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଆଭ୍ୟନ୍ତରୀଣ ଆଭିମୁଖ୍ୟ କୋରୋନାକୁ ମାତ୍ ଦେବାକୁ ସମସ୍ତ ପ୍ରଚେଷ୍ଟା ଚଳାଇଛନ୍ତି । କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ରବିବାର ଦିନ କୋରୋନା ଭାଇରସ ଲକ୍ଷଣ ଖବର ପାଇବା ପରେ ଦେଶରେ "ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥା" ଲାଗୁ କରିଛନ୍ତି।

କୋରିଆର କବାଟ ବାଡେଇଲାଣି କୋଭିଡ୍, ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ

author img

By

Published : Jul 26, 2020, 10:43 AM IST

ଦକ୍ଷିଣ କୋରିଆ: କୋରୋନା କାଳରେ ସମସ୍ତେ ଅଣନିଶ୍ବାସୀ। ଭାଇରସ କବଳରେ ସାରା ବିଶ୍ବ ଛଟପଟ ହେଉଥିବା ବେଳେ ଏଥିରୁ ବର୍ତ୍ତିକି ରହିଥିଲା କୋରିଆ। ହେଲେ ବେଶି ଦିନ ରହିପାରିଲାନି ଏହି ଏକଛତ୍ରବାଦୀ ଶାସକଙ୍କ ସାମ୍ରାଜ୍ୟ। ଏବେ ଦେଶର କବାଟ ବାଡେଇଲାଣି ଅଦୃଶ୍ୟ ମହାମାରୀ କୋରୋନା।

କୋଭିଡ୍ ଲଢେଇରେ ସମଗ୍ର ଵିଶ୍ଵରେ କୋରିଆ ସର୍ବାଗ୍ରେ ରହିଥିବା ବେଳେ ଏବେ ଭାଇରସର ଉପସ୍ଥିତିକି ନେଇ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଆଭ୍ୟନ୍ତରୀଣ ଆଭିମୁଖ୍ୟ କୋରୋନାକୁ ମାତ୍ ଦେବାକୁ ସମସ୍ତ ପ୍ରଚେଷ୍ଠା ଚଳାଇଛନ୍ତି । କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ରବିବାର ଦିନ କୋରୋନା ଭାଇରସ ଲକ୍ଷଣ ଖବର ପାଇବା ପରେ ଦେଶରେ "ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥା" ଲାଗୁ କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏବଂ ରାଜ୍ୟ ଜରୁରୀକାଳୀନ ଆଣ୍ଟି-ଏପିଡେମିକ୍ ସିଷ୍ଟମରୁ ସର୍ବାଧିକ ଜରୁରୀକାଳୀନ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହେବା ଏବଂ ଏକ ଶୀର୍ଷ ଶ୍ରେଣୀର ଆଲର୍ଟ ଜାରି କରିବାକୁ ଦଳର କେନ୍ଦ୍ରୀୟ କମିଟି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, କେସୋଙ୍ଗ ସହରର ସମସ୍ତ ବ୍ୟକ୍ତି ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଯେଉଁମାନେ ଗତ ପାଞ୍ଚ ଦିନ ମଧ୍ୟରେ ସହରକୁ ଯାଇଥିଲେ ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଡାକ୍ତରୀ ପରୀକ୍ଷା ଦିଆଯାଉଛି ଏବଂ କ୍ବାରେଣ୍ଟାଇନରେ ରଖାଯାଇଛି।

କିମ୍ କହିଛନ୍ତି ଯେ, କୋରୋନାକୁ ମୂଳପୋଛ କରିବାକୁ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉଛି। ଦେଶର ସମସ୍ତ କ୍ଷେତ୍ରରେ ବ୍ୟାପକ ପ୍ରତିଷେଧକ ବିରୋଧୀ ପଦକ୍ଷେପ ଉପରେ ମଧ୍ୟ ନଜର୍ ରଖାଯାଉଛି।

ସାଧାରଣ ଜନତା ଵ୍ୟସ୍ତ ବିବ୍ରତ ହେଵାର ଅଵକାଶ ନାହିଁ ବୋଲି କିମ କହିଛନ୍ତି। ଜାନୁଆରୀରେ, ଉତ୍ତର କୋରିଆ କୋଭିଡ୍ -19 ବିରୋଧରେ ଜାତୀୟ ଜରୁରୀକାଳୀନ ବ୍ୟବସ୍ଥା ଆରମ୍ଭ କରିଥିଲା। ଏହାର ସୀମା ବନ୍ଦ କରି କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ କଡାକଡି କରିଥିଲା ​​ବୋଲି ୟୋନହାପ ରିପୋର୍ଟ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.