ଫୋଙ୍ଗୟାଙ୍ଗ: ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ବଢିବାର ଲାଗିଛି । କୋରୋନା ଟୀକା ଅପେକ୍ଷାରେ ବିଶ୍ବ । କୋରୋନା କାଳେ ସୁସ୍ଥ ରହିବା ପାଇଁ ଉତ୍ତର କୋରିଆର ଏହି ପ୍ରସ୍ତୁତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି । ସମସ୍ତେ ତାଜା ପନିପରିବା କଥା ଶୁଣିଥିବେ କିନ୍ତୁ ଆପଣ 'ଫଙ୍କ୍ସନାଲ ଭେଜିଟେବଲ' ବିଷୟରେ ଶୁଣିଛନ୍ତି କି? ଏହି ଶବ୍ଦଟି ଟିକେ ଅଜବ ଲାଗୁଥାଇପାରେ । କିନ୍ତୁ ଉତ୍ତର କୋରିଆର ଲୋକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ସ୍ବତନ୍ତ୍ର ପନିପରିବା ଚାଷ କରାଯାଉଛି, ଯାହାକୁ ଫଙ୍କ୍ସନାଲ ଭେଜିଟେବଲ କୁହାଯାଏ |
ଉତ୍ତର କୋରିଆର ଏକ ଅନୁଷ୍ଠାନ ଲୋକଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ପନିପରିବା ଉତ୍ପାଦନ କରୁଥିବା ଜଣାଯାଇଛି । ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଏକ ଭିଡିଓ ଏହି ପନିପରିବା ବିଷୟରେ ବର୍ଣ୍ଣନା କରିଛି । ଭିଡିଓରେ ଦର୍ଶାଯାଇଛି ଯେ ଫୋଙ୍ଗୟାଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ବଟାନିରେ କାର୍ଯ୍ୟ କରୁଥିବା ଲୋକମାନେ କଦଳୀ ଏବଂ ଟମାଟୋ ଭଳି ଖାଦ୍ୟ ପଦାର୍ଥ ଜାତ କରୁଛନ୍ତି । ଆଗକୁ ଏଭଳି ପନପରିବା ବହୁଳ ପରିମାଣରେ ଚାଷ କରାଯିବା ଲକ୍ଷ୍ୟ ରଖାଯାଇଛି ।
ଫୋଙ୍ଗୟାଙ୍ଗର ଇନଷ୍ଟିଚ୍ୟୁଟ୍ ଅଫ୍ ବଟାନିର ଜଣେ ଗବେଷକ ଇମ୍ ବାଇଙ୍ଗ୍ ସାୱନ୍ କହିଛନ୍ତି ଉତ୍ପାଦିତ ପନିପରିବା ସାଧାରଣ ପନିପରିବା ତୁଳନା ଅପେକ୍ଷା ଲୌହର ପରିମାଣ 20 ରୁ 30 ଗୁଣ ଅଧିକ। । ଯାହା ରକ୍ତହୀନତା ଅଭାବ ଥିବା ଓ ପୋଷକ ତତ୍ତ୍ବ ପ୍ରଦାନ କରିବାରେ ସହାୟକ ହୋଇଥାଏ ।
ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ଜୀବାଣୁ ମହାମାରୀ ମଧ୍ୟରେ ଉତ୍ତର କୋରିଆ ନିଜ ଦେଶରେ COVID-19 ସଂକ୍ରମଣ ମାମଲା ଶୂନ୍ୟ ରହିଥିବା ସୂଚନା ଦେଇଥିଲା ।