ETV Bharat / international

ପୁଣି ଜାପାନ ସାଗରରେ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

author img

By

Published : Jan 27, 2022, 11:11 AM IST

ଆଜି ଉତ୍ତର କୋରିଆ ପୁଣି ଥରେ ଜାପାନ ସାଗରରେ ମିସାଇଲ ପରୀକ୍ଷଣ କରିଛି । ଅଧିକ ପଢନ୍ତୁ

ପୁଣି ଥରେ ଜାପାନ ସାଗରରେ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଆଜି(ଗୁରୁବାର) ଉତ୍ତର କୋରିଆ ପୁଣି ଥରେ ଜାପାନ ସାଗରରେ ମିସାଇଲ ପରୀକ୍ଷଣ କରିଛି । ଏହା ଉତ୍ତର କୋରିଆ ଦ୍ବାରା ଚଳିତ ବର୍ଷ କରାଯାଇଥିବା ଷଷ୍ଠ ମିସାଇଲ ପରୀକ୍ଷଣ ଅଟେ । କ୍ଷେପଣାସ୍ତ୍ରଟି ବାଲିଷ୍ଟିକ୍‌ ଥିଲା କି ନାହିଁ ସେନେଇ ସବିଶେଷ ସୂଚନା ମିଳିପାରି ନାହିଁ । ପୂର୍ବରୁ ଜାନୁଆରୀ ୧୧ ଓ ୧୭ରେ କିମ୍ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଜାନୁଆରୀ ୫ରେ ହାଇପରସୋନିକ ମିସାଇଲ କହି ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ଏପରି ଭାବେ ବାରମ୍ବାର ମିସାଇଲ ପରୀକ୍ଷଣ କରି ଉତ୍ତର କୋରିଆ ଆମେରିକାକୁ ଖୋଲା ଚେତାବନୀ ଦେଉଛି । ଆମେରିକା ମଧ୍ୟ ଉତ୍ତର କୋରିଆ ଉପରେ ଚାପ ପ୍ରୟୋଗ ସହ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରୟାସ ଜାରିରଖିଛି ।

୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଉତ୍ତର କୋରିଆର କୂଟନୈତିକ ସ୍ତରୀୟ ଆଲୋଚନା ପରେ ଉତ୍ତର କୋରିଆ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଥିଲା । ଦୀର୍ଘ ଦିନ ଧରି ଚାଲିଆସୁଥିବା ଉତ୍ତର କୋରିଆ ଏବଂ ଯୁକ୍ତରାଷ୍ଟ୍ରୀୟ ଆମେରିକା ମଧ୍ୟରେ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଆଲୋଚନା ଅଚଳାବସ୍ଥାରେ ଥିବା ବେଳେ ବାଇଡେନ ପ୍ରଶାସନ ଉପରେ ଚାପ ପକାଇବାକୁ ସମ୍ପ୍ରତ୍ତି ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା ପରି ଅନେକ କାର୍ଯ୍ୟକଳାପ ବୃଦ୍ଧି କରିଥିବା କୁହାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.