ETV Bharat / international

ନେପାଳରେ ବିମାନ ଦୁର୍ଘଟଣା: 2 ମୃତ, 5 ଆହତ

author img

By

Published : Apr 14, 2019, 11:56 AM IST

ନେପାଳର ତେଜିଂ ହିଲାରୀ ସ୍ଥିତ ଲୁକ୍‌ଲା ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି।

ଫାଇଲ ଫଟୋ

କାଠମାଣ୍ଡୁ: ନେପାଳର ତେଜିଂ ହିଲାରୀ ସ୍ଥିତ ଲୁକ୍‌ଲା ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ରବିବାର ଘଟିଥିବା ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି। ବିମାନଟି ବିମାନ ବନ୍ଦରରେ ଥିବା ଏକ ହେଲିକପ୍ଟର ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣା ପଡିଛି।

  • Nepal: 2 people killed, 5 injured in Summit Air flight crash at Tenzing–Hillary-Lukla airport. The aircraft had collided with a parked chopper at the airport.

    — ANI (@ANI) April 14, 2019 " class="align-text-top noRightClick twitterSection" data=" ">

ମୃତକଙ୍କ ମଧ୍ୟରୁ ଜଣେ ବିମାନର କୋ-ପାଇଲଟ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀ ବୋଲି ଜଣା ପଡିଛି। ଆହତଙ୍କୁ ଚିକିତ୍ସା ଲାଗି କାଠମାଣ୍ଡୁ ସ୍ଥାନାନ୍ତରିତ କରାଯାଇଛି। ବିମାନଟି ଉଡାଣ ଭରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସୂଚନା ଯୋଗ୍ୟ, 1964 ରେ ନିର୍ମାଣ ହୋଇଥିବା ଏହି ବିମାନବନ୍ଦରଟି ବିପଦପୂର୍ଣ୍ଣ ସ୍ଥାନରେ ଗଣାଯାଇଥାଏ।

Intro:Body:

gfgffg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.